Advertisements
Tuesday, June 2, 2020
Home District News ଯାଜପୁର ଜିଲ୍ଲା ପୋଲିସର ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ଯାଜପୁର ଜିଲ୍ଲା ପୋଲିସର ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ରିପୋର୍ଟ: ସତ୍ୟଜିତ ବାରିକ
ଯାଜପୁର(୦୪/୦୯): ଯାଜପୁର ଜିଲ୍ଲା ପୁଲିସର ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ମୋଟ ୪ଜଣ ଇନ୍ସପେକ୍ଟର ଓ ୯ଜଣ ସବଇନ୍ସପେକ୍ଟରଙ୍କୁ ବଦଳି କରାଯାଇ ଥିବା ସୂଚନା ମିଳିଛି । ପାଣିକୋଇଲିସ୍ଥିତ ଜିଲା ପୁଲିସ ମୁଖ୍ୟାଳୟରୁ ଏମ ମିଶ୍ରଙ୍କୁ ବରୀ ଥାନାକୁ ବଦଳୀ କରାଯାଇଥିବା ବେଳେ ବରୀ ଥାନାଧିକାରୀ ଚକ୍ରପତି କୁଅଁରକୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି |

ଜିଲ୍ଲା ମୁଖ୍ୟଳୟରେ ଥିବା ପ୍ରିୟବ୍ରତ ରାଉତଙ୍କୁ ଡିଏଚଆରପିସି ଓ ଚିତରଂଜନ ବରାଳଙ୍କୁ ଆଇୟୁସିଏଡବ୍ଳ୍ୟୁ ଯାଜପୁରକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଯାଜପୁର ଥାନାର ଏସଆଇ ପରମାନନ୍ଦ ସେଠୀଙ୍କୁ ବ୍ରହ୍ମବରଦା ଫାଣ୍ଡି, ମହମ୍ମଦ ଏନାମୁଲ ହକଙ୍କୁ ବରୀ ଥାନାରୁ ସୁକିନ୍ଦା ଥାନା, ଯାଜପୁର ରୋଡ ଥାନାର ସୁସୁଲ ନାୟକଙ୍କୁ ଚଣ୍ଡିଖୋଲ ଫାଣ୍ଡି, କୁଆଖିଆ ଥାନାରୁ ଡି. କେ କାଣ୍ଡିଙ୍କୁ ଯାଜପୁର ଥାନା, ଚଣ୍ଡିଖୋଲ ଥାନାରୁ ନାରାୟଣ ପ୍ରସାଦ ବେହେରାଙ୍କୁ ବରୀ ଥାନା, ବାଲିଚନ୍ଦ୍ରପୁର ଥାନରୁ ରାଜକିଶୋର ଦାସଙ୍କୁ କୁଆଖିଆ ଥାନା, ବ୍ରହ୍ମବରଦା ଫାଣ୍ଡିର ସୁରେନ୍ଦ୍ର ରଥଙ୍କୁ ବାଲିଚନ୍ଦ୍ରପୁର ଥାନା, ସୁକିନ୍ଦା ଥାନାରୁ ସୁବାସ ଚନ୍ଦ୍ର ଦାସଙ୍କୁ ଯାଜପୁରରୋଡ ଥାନା, ଧର୍ମଶାଳା ଥାନାର ଜହର ଅବେଦିନଙ୍କୁ ସାଇବର ସେଲ, ଯାଜପୁରକୁ ବଦଳି କରାଯାଇଥିବା ବେଳେ ୫ ତାରିଖ ସୁଦ୍ଧା ନୂତନ ଥାନା ଓ ଫାଣ୍ଡିରେ ଯୋଗଦେବା ପାଇଁ ଏସପି ଚରଣ ସିହ ମୀନା ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଭୀମ ଭୋଇଙ୍କ ଉଦ୍ଦେଶ୍ୟରେ ଅପମାନ ଜନକ ଲେଖା ବିରୋଧରେ ଥାନାରେ ଏତଲା ଦେଲେ ବିଶ୍ୱ ହିନ୍ଦୁ ପରିଷଦ ସମିତି

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (୦୧.୩୦.୨୦୨୦): ସନ୍ଥ କବି ଭୀମଭୋଇଙ୍କ ଉଦ୍ଦେଶ୍ୟରେ ଅପମା ନ ଜନକ ଲେଖା ବିରୁଦ୍ଧରେ ଝରିଗାଁ ଥାନାରେ ଏତଲା ଦେଲେ" ବିଶ୍ୱ ହିନ୍ଦୁ ପରିଷଦ...

କ୍ଲଷ୍ଟରସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପଡା ଗ୍ରାମରେ କ୍ଲଷ୍ଟର ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।...

୬୮ ବୋତଲ କଫ୍ ସିରପ ସହ ଜଣେ ଗିରଫ, ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧ /୬): ପଦ୍ମପୁର ଉପ ଖଣ୍ତ ଜଗଦଲପୁର ପୋଲିସ ଧୁମାଭଟା ଛକରୁ ଲଖମରା ତାରିଣୀ ମନ୍ଦିର ରାସ୍ତାରେ ଜଣେ କଫ୍...

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

Recent Comments

%d bloggers like this: