Friday, March 29, 2024

Top 5 This Week

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଓ ସେବା ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ : ନରତ୍ତମ ପାଢୀ
ମୁନିଗୁଡା, ତା (୧୭/୯) : ଭାରତ ର ଯସସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାୟଗଡ଼ା ଜିଲ୍ଲା ମୁନିଗୁଡା ଶୌଣ୍ଢିକ ମଙ୍ଗଳ ଭବନ ପରିସରରେ ଭାରତୀୟ ଜନତା ପାର୍ଟି ର ଓବିସି, ଯୁବ ମୋର୍ଚ୍ଚା, ସମ୍ବାଦ ଆମ ଓଡ଼ିଶା ଓ ଆଦର୍ଶ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସେବା ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।WhatsApp Image 2022 09 17 at 10.10.47 PM ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଓ ସେବା ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଓ ସେବା ଦିବସ ଉପଲକ୍ଷେ ଅନୁଷ୍ଠିତ ଉକ୍ତ ରକ୍ତଦାନ ଶିବିରକୁ ମୁନିଗୁଡା SDPO ଆକାଶ ସାହୁ ଉଦ୍ଘାଟନ କରିଥିବା ବେଳେ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ଡ଼ଃ ରାମଚନ୍ଦ୍ର ବେହେରା, ଜିଲ୍ଲା ବିଜେପି ଉପସଭାପତି ରାମକୃଷ୍ଣ ପଣ୍ଡା, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ନୀଳାଦ୍ରୀ ବିହାରୀ ପାତ୍ର, ଯୁବ ମୋର୍ଚ୍ଚା ବ୍ଲକ ସଭାପତି ନରେନ୍ଦ୍ର ନାଗ, ସମ୍ବାଦ ପ୍ରତିନିଧି ରାଜୀବ ଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।WhatsApp Image 2022 09 17 at 10.10.46 PM ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଓ ସେବା ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

“ରକ୍ତ ଦାନ ମହତ ଦାନ” ରେ ସାମିଲ ହୋଇ ବିଜେପି କର୍ମକର୍ତ୍ତା ଆଦର୍ଶ ବିଦ୍ୟାଳୟ ଓ ଏଚଡିଏଫସି କର୍ମଚାରୀ ସ୍ଵେଚ୍ଛାକୃତ ରକ୍ତଦାନ କରିଛନ୍ତି । ଏହି ଶିବିରକୁ ରାୟଗଡ଼ା ରକ୍ତ ଭଣ୍ଡାର ପରିଚାଳନା କରିଥିବା ବେଳେ ଏହି ଶିବିରରେ ୨୫ ୟୁନିଟରୁ ଉର୍ଦ୍ଧ୍ୱ ରକ୍ତ ସଂଗୃହୀତ ହୋଇଛି ।

Popular Articles