ଗଣପର୍ବ ନୂଆଖାଇ ୫୦ବର୍ଷ ପରେ ପରିବାରର ଏକାଠି ନବାନ୍ନ ଭକ୍ଷଣ

ରିପୋର୍ଟ: ଭଗବାନ ମହାନ୍ତି
ମୁରିବାହାଲ(୦୪/୦୯): ସହର, ଗାଁ ଗଣ୍ଡାରେ ସବୁ ଆଡେ ନୂଆଖାଇର ମାହୋଲ ଥିବାବେଲେ ପରିବାର ବରିଷ୍ଠ ସଦସ୍ୟ ଏକାଠି ନୂଆ ଖାଇବା ପାଇଁ ନିଷ୍ପତି ନେଇଥିଲେ | ମୁରିବାହାଲ ହଳଦୀ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳୀଖୁଣ୍ଟି ଗ୍ରାମରେ ପରିବାରର ବରିଷ୍ଠ ସଦସ୍ୟ ବିଘ୍ନେସ୍ୱର ମହାନ୍ତି (୭୯)ଙ୍କ ଆହ୍ୱାନ କ୍ରମେ ପରିବାରର ସମସ୍ତଙ୍କୁ ସଦସ୍ୟଙ୍କୁ ଏକାଠି ନୁଆଖାଇବା ପାଇଁ ନିଷ୍ପତି ନେଇଥିଲେ |

ପରିବାରର ଅନ୍ୟ ସଦସ୍ୟ ବାହାରେ ରହୁଛନ୍ତି ବର୍ଷକୁ ଥରେ ଆସନ୍ତି କିନ୍ତୁ ସେମାନେ ତାଙ୍କ ହିସାବରେ ନୂଆ ଖାଉଥିଲେ ଜୁହାର ଭେଟ ହୋଇ ଚାଲି ଯାଉଥିଲେ | ସେଥିପାଇଁ ଶ୍ରୀ ମହାନ୍ତି ପରିବାରର ବରିଷ୍ଠ ସଦସ୍ୟ ହିସାବରେ ନିଷ୍ପତି ନେଇଥିଲେ | ବର୍ଷକୁ ଥରେ ଗଣପର୍ବ ନୂଆଖାଇ ଆସୁଛି ନୁଆଁଖାଇବା ନୂତନ କରି ପରିବାରର ସମସ୍ତେ ଏକାଠି ନୂଆ ଭକ୍ଷଣ କରିଥିଲେ | ପରିବାରର ସମୁଦାୟ ୩୭ଜଣ ଛୋଟ ବଡ ଏକତ୍ରିତ ହୋଇଥିଲେ | ପ୍ରଥମରେ ସବୁ ଦେବା ଦେବୀଙ୍କୁ ନୂଆ ପାଇଁ ପିଠା, ମଣ୍ଡା, ନୂଆ ଚୁଡା, କୁରେପତ୍ରରେ ବଢାଯାଇଥିଲା | ସବୁ ଦେବାଦେବୀଙ୍କୁ ଅଲଗା ଅଲଗା ପୂଜା ଅର୍ଚ୍ଚନା କରିଥିଲେ | ପୂଜା ପରେ ସମସ୍ତେ ଛୋଟ ବଡ ଏକାଠି ବସି ପୁଜା ହେଇଥିବା ନୂଆକୁ ଖାଇଥିଲେ | ନୂଆ ଖାଇ ସାରିଲା ପରେ ଛୋଟମାନେ ବଡ ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ | ଜୁହାର ଭେଟ ସରିବା ପରେ ସମସ୍ତେ ଏକା ସାଙ୍ଗରେ ବସି ଭୋଜନ କରିଥିଲେ | ଗାଁରେ ମଧ୍ୟ ସମସ୍ତେ ରାଗ ରୋଷକୁ ଭୁଲି ସମସ୍ତେ ନୂଆଖାଇ ଜୁହାର ହେଇଥିଲେ | ରାତିରେ ଭୋଜିର ବ୍ୟବସ୍ଥା ହୋଇଥିଲା | ଆବାଳ ବୃଦ୍ଧବନିତା ବସି ଭୋଜିର ମଜା ଉଠାଇଥିଲେ |ପରିବାରର ସଦସ୍ୟ କୃପାସିନ୍ଧୁ ମହାନ୍ତି, କପିଳେଶ୍ୱର ମହାନ୍ତି, ଭଗବାନ ମହାନ୍ତି, ଉମେଶ ଚନ୍ଦ୍ର ମହାନ୍ତି, ବିକାଶ ଚନ୍ଦ୍ର ମହାନ୍ତି, ବିରାଜ କୁମାର ମହାନ୍ତି, ପ୍ରକାଶ ଚନ୍ଦ୍ର ମହାନ୍ତି, ରାଜୀବ କୁମାର ମହାନ୍ତି, ଭରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ |

Comments are closed.