Advertisements
Tuesday, July 7, 2020
Home Death Case ତାଣ୍ଡିପୁର ଗାଁରେ ସାମାନ୍ୟ ଵଚସାରୁ ନିର୍ମମ ହତ୍ୟାକାଣ୍ଡ, ଜଣେ ମୃତ

ତାଣ୍ଡିପୁର ଗାଁରେ ସାମାନ୍ୟ ଵଚସାରୁ ନିର୍ମମ ହତ୍ୟାକାଣ୍ଡ, ଜଣେ ମୃତ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୦୪/୦୯): ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ତାଣ୍ଡିପୁର ଗ୍ରାମରେ ଘଟିଛି ନିର୍ମମ ହତ୍ୟାକାଣ୍ଡ । ଦୁଇ ଜଣ ସାଙ୍ଗଙ୍କ ମଧ୍ୟରେ ସାମାନ୍ୟ ଵଚସାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣା ପଡ଼ିଛି । ହତ୍ୟାର ଶିକାର ହୋଇଥିବା ଵ୍ୟକ୍ତି ଜଣକ ହେଲେ ଶାନ୍ତି ନଗର ଗ୍ରାମର ଅର୍ଜୁନ କଣ୍ଡାଗରି(୨୩) ।

ମିଳିଥିବା ସୂଚନା ଅନୁଯାୟୀ,ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ମଙ୍ଗଳବାର ସନ୍ଧ୍ୟା ସମୟରେ ଅର୍ଜୁନ ତାଣ୍ଡିପୁରକୁ ଯାଇଥିଲେ। ସେଠାରେ ଜଣେ ଯୁବକ ସହିତ ତାଙ୍କର ଵଚସା ଓ ଗଣ୍ଡଗୋଳ ହୋଇଥିଲା। ଉକ୍ତ ଯୁବକ ଜଣକ ଅର୍ଜୁନଙ୍କୁ ଆକ୍ରମଣ କରି ତଣ୍ଟି ଚିପି ହତ୍ୟା କରିଥିଲେ।ଏହାପରେ ଶଵକୁ ରାସ୍ତା କଡରେ ଫିଙ୍ଗି ଦେଇଥିଲେ। ହତ୍ୟାକାରୀକୁ  ଗ୍ରାମବାସୀ ଧରି ପ୍ରଥମେ ଖୁଣ୍ଟରେ ଵାନ୍ଧି, ମାଡ ମାରିଥିଲେ। ପରେ ପୁଲିସ ପହଞ୍ଚି ତାକୁ ଧରିଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ରାତି ପ୍ରାୟ ୭.୪୫ରେ ତାଣ୍ଡିପୁର ଛକ ନିକଟରେ ଠିଆ ହୋଇଥିଲେ ଅର୍ଜୁନ ଏହି ସମୟରେ ସେଠାରେ ପହଁଚିଥିଲେ ଘଟଣାର ଅଭିଯୁକ୍ତ ଥିବା ଯୁବକ ଜଣକ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଅର୍ଜୁନଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ଯୁବକ ଜଣକ।ପରେ ପାଖରେ ଥିବା ନାଳରେ ଫିଙ୍ଗି ଦେଉଥିବା ସମୟରେ ଗାଁ ଲୋକେ କାବୁକରି ପୋଲିସ ରେ ଜିମା ଦେଇଥିଲେ। ଏହାପରେ ରାୟଗଡା ଜିଲ୍ଲା ଏସପି ଶ୍ରୋଭୋଣା ବିବେକ ଅଭିଯୁକ୍ତଙ୍କୁ ପଚରା ଉଚରା କରୁଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିନା ଅସ୍ତ୍ରଶସ୍ତ୍ରରେ କରୋନା ଯୋଦ୍ଧା ସାଜିଛନ୍ତି ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର !!!

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୬/୦୭): ବିଶ୍ୱ ମହାମାରି କୋଭିଡ୍ - ୧୯ ମୁକାବିଲା କରିବା ପାଇଁ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଆୟୁଷ...

ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ପରେ କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୦୫/୦୭): କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଏହି ପଞ୍ଚାୟତର ଗଞ୍ଜେଇଗୁଡ଼ା, ବରଗାଁ,...

ପାଗଳଙ୍କ ଉନ୍ମତକାଣ୍ଡ ଲାଗି ଘର ଜଳିଲା, ୧୦ ଛେଳି ଜୀବନ ଗଲା

ରିପୋର୍ଟ: ଏନ ସନ୍ତୋଷ କୁମାର //ବୈପାରୀଗୁଡା (୦୬/୦୭): ପାଗଳ ପ୍ରକୃତି ବ୍ୟକ୍ତି ନିଜ ଘରକୁ ନିଜେ ନିଆଁ ଲଗାଇ ଜlଳିଦେଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

Recent Comments

%d bloggers like this: