ଜିଲ୍ଲା ର ଆରାଧ୍ୟ ଦେବୀ ମାଁ ଭୈରବୀ ଙ୍କ ପୀଠେ ଗୁପ୍ତ ଷୋଳପୂଜା

0
183
ଜିଲ୍ଲା ର ଆରାଧ୍ୟ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୬/୯) : ବୌଦ୍ଧ ଜିଲ୍ଲା ର ଆରାଧ୍ୟ ଦେବୀ ତଥା ଅଧିଷ୍ଠାତ୍ରୀ ମାଁ ଭୈରବୀ ଙ୍କ ପୁରୁଣା କଟକ ସ୍ଥିତ ପୀଠରେ ଶନିବାର ମଧ୍ୟ ରାତ୍ର ଠୁ ଆରମ୍ଭ ହୋଇଯାଇଛି ଷୋଳ ପୂଜା ବା ଗୁପ୍ତ ପୂଜା ।

କିମ୍ବଦନ୍ତୀ ଅନୁଯାୟୀ ମୂଳାଷ୍ଟମୀ ଠାରୁ ଯାହାକି ଆଜିଠୁ ମାଁ ଙ୍କ ସେବା ଦାୟିତ୍ୱରେ ଥିବା ଦେହୁରୀ ଙ୍କ ଘରୁ ଖଣ୍ଡା ବାହାରିବା ସହ ଜିଲ୍ଲା ର ଆରାଧ୍ୟ ଦେବୀ ମାଁ ଭୈରବୀ ଙ୍କ ପ୍ରତିମା ଧରି ସମସ୍ତ ସେବାୟତ ଓ ଷୋଳ ଖଣ୍ଡ ମୌଜା ର ଭକ୍ତ ଙ୍କ ଗହଣରେ ଛତି, ଛତ୍ର, ଘଣ୍ଟି, ଘଣ୍ଟ, ଢୋଲ, ନିଶାନ, ମହୁରୀ ର ବାଦ୍ୟ ତାଳରେ ପୁରୁଣା କଟକ ଗ୍ରାମ୍ୟ ଓ ସହର ପରିକ୍ରମା କରି ମାଁ ଙ୍କ ପୀଠ କୁ ପ୍ରତିମା ଓ ଖଣ୍ଡା କୁ ବିଜେ କରାଯାଇଥାଏ ।

ମାଁ ଙ୍କ ରୀତିନୀତି ଅନୁଯାୟୀ ମନ୍ଦିର ପରିସରରେ ଏହି ଦିନଠୁ ନିଶାର୍ଦ୍ଧ ରାତ୍ରରେ ଷୋଡସ ଗୁପ୍ତ ପୂଜା ଅନୁଷ୍ଠିତ ହେବା ସହ ଖଣ୍ଡା ବସିଥାଏ । ଏହି ଦିନଠୁ ୧୬ ଦିନ ଧରି ମାଁ ଙ୍କ ନିଷ୍ଠା ର ସହିତ ପୂଜାର୍ଚ୍ଚନା ହେବା ସହ ଏକ ଗୁପ୍ତ ପୂଜା କରାଯାଇଥାଏ । ଏପରିକି ୧୬ ଦିନ ପର୍ଯ୍ୟନ୍ତ ମାଁ ସାଧାରଣ ଭକ୍ତ ଙ୍କୁ ଦର୍ଶନ ଦେଇନଥାନ୍ତି । ମନ୍ଦିର ଚତୁଃପାର୍ଶ୍ଵ କୁ ଆବଦ୍ଧ କରିଦିଆଯାଇଥିବା ବେଳେ କେବଳ ପୂଜକଙ୍କ ଛଡା ଆଉ କାହାକୁ ଭିତରକୁ ପ୍ରବେଶ କରି ଦର୍ଶନ କରିବା ବାରଣ ହୋଇଥାଏ । ଶ୍ରଦ୍ଧାଳୁ ଭକ୍ତମାନେ ମାଁ ଙ୍କ ଦର୍ଶନ ପାଇଁ ହେଲେ ମନ୍ଦିର ବାହାରେ ଥିବା ସାହାଡ଼ା ବୃକ୍ଷ କୁ ଦର୍ଶନ କରିଥାନ୍ତି ।

ମୂଳାଷ୍ଟମୀ ଠାରୁ ୧୬ ଦିନ ପର୍ଯ୍ୟନ୍ତ ରିତିନୀତି ଅନୁସାରେ ଗୁପ୍ତ ପୂଜା ପାଇ ମାଁ ଜଗତ ଜନନୀ ମହାଷ୍ଟମୀ ଦଶହରା ଦିନ ନବଯୌବନ ବେଶରେ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି ଏବଂ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ଙ୍କ ପୀଠରେ ମୂଳାଷ୍ଠମୀ ମଧ୍ୟ ରାତ୍ରରେ ପୂଜା ଅର୍ଚ୍ଚନା ପରେ ବିଭିନ୍ନ ଗ୍ରାମରେ ପାଳିତ ହେଉଥିବା ପୁଅ ଜିନ୍ତିଆ ଓଷା ପାଳିତ ହୋଇଥାଏ । ଏପରିକି ମାଁ ଙ୍କ ଏହି ଷୋଳଶ ପୂଜା ପାଇଁ ୧୬ ଦିନ ଧରି ଅଞ୍ଚଳରେ ଶ୍ରଦ୍ଧାଳୁ ଭକ୍ତ ଙ୍କ ମନରେ ଏକ ଭକ୍ତିମୟ ପରିବେଶ ଜାଗ୍ରତ ସୃଷ୍ଟି ହୋଇଥାଏ ।