ରାୟଗଡାରେ ଶ୍ରୀ ଗଜାନନଙ୍କ ପୂଜା ଧୁମଧାମରେ ପାଳିତ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୦୨/୦୯): ରାୟଗଡାର ବିଭିନ୍ନ ସ୍ଥାନରେ ପ୍ରଥମ ପୂଜ୍ୟ ଶ୍ରୀ ଗୋଜାନନଙ୍କ ଗଣେଶ ପୂଜା ଉତ୍ସବ ପାଳନ କରାଯାଇଅଛି । ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଏହି ପୂଜା ମହା ଆଡମ୍ବରରେ ସହ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା |

ସହର ବଜାର ଓ ଗୋଳି ଛକ ନିକଟରେ ମେଢ ଓ ତୋରଣ ର ସାଜ ସଜ୍ଜା ସାଙ୍ଗକୁ ସଂଗୀତ ଓ ବାଦ୍ୟରେ ଅଞ୍ଚଳ କମ୍ପି ଉଠିବା,ପୂଜା ପାଠ ଓ ମନ୍ତ୍ର ଧ୍ୱନୀରେ ଏକ ପ୍ରକାର ଆଧ୍ୟାତ୍ମିକ ବାତାବୋରଣ ସୃଷ୍ଟି ହୋଇଥିଲା । ରାୟଗଡାର ବିଭିନ୍ନ ସ୍କୁଲ ଓ କଲେଜ, ବ୍ରାହ୍ମଣ ସାହି, ଗୌଡ଼ ସାହି, କରଣ ସାହି, ସହରର ମୁଖ୍ୟ ବଜାର ଏବଂ ବିଭିନ୍ନ ସ୍ଥାନରେ ଜାକ ଜକମର ସହିତ ପାଳନ କରାଯାଇଅଛି। ଚଳିତ ବର୍ଷ ବିଭିନ୍ନ ପୂଜା କମିଟି ଗୁଡାକ ଏକ ପ୍ରକାର ପ୍ରତିଦ୍ୱନ୍ଦିତା ମୂଳକ ଭାବେ ମେଢ ଓ ତୋରଣର ସହ ମୂର୍ତିର ଆକାରକୁ ନେଇ ପୂଜା ଆୟୋଜନ କରିଥିଲେ । ଏହି ପବିତ୍ର ଗଣେଶ ପୂଜାରେ ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଉତ୍ସାହ କିଛି କମ ନ ଥିଲା। ସକାଳୁ ସକାଳୁ ନୂତନ ବସ୍ତ୍ର ପରିଧାନ କରି ପୂଜା ସାମଗ୍ରୀ ହାତରେ ଧରି ପୂଜାସ୍ଥଳୀ ଗୁଡାକୁ ଯିବା ସହିତ, ନିଜ ନିଜର ବିଧ୍ୟାଳୟ ଗୁଡିକୁ ମଧ୍ୟ ଯିବାର ଦେଖିବାକୁ ମିଳିଥିଲା।ଏଥିରେ ରାୟଗଡା ସହର ର ଫ୍ରେଣ୍ଡସ ୟୁଥ ଏସୋସିଏସନ, ଜଙ୍ଗଲୀ ବୋଏସ ଓ ରାୟଗଡା ସହର ର ଯୁବ ଗୋଷ୍ଟିଙ୍କ ମଧ୍ୟରେ ଉତ୍ସାହ ପରିଲିକ୍ଷିତ ହେବା ସହ, ଗଣେଶ ପୂଜା ପର୍ବକୁ ଅତି ଆଡମ୍ବର ଓ ଉତ୍ସାହର ସହିତ ପାଳନ କରାଯାଇଛି ।

Comments are closed.