କନ୍ଧମାଳ ଜିଲ୍ଲା ଇଲେକ୍ଟ୍ରନିକସ୍ ଓ ୱେବ୍ ମିଡିଆ ସଂଘର ପ୍ରଥମ କାର୍ଯ୍ୟକାରୀଣି ବୈଠକ

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୪/୯/୧୯): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ପ୍ରଥମ କନ୍ଧମାଳ ଜିଲ୍ଲା ଇଲେକ୍ଟ୍ରନିକସ୍ ଓ ୱେବ୍ ମିଡିଆ ଆସୋସିଏସନ୍ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜିବି ତଥା ସୁଲେଖକ କୌଶିକ ସାହୁ ଗଜାନନଙ୍କ ମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା | ସଂଘର କର୍ମକର୍ତ୍ତା ମାନେ ନୂତନ ସଦସ୍ୟ ମାନଂକୁ ସ୍ୱାଗତକରିଥିଲେ |

ସଭାପତି ସୁନିଲ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ କାର୍ଯ୍ୟକାରାଣୀ ବୈଠକରେ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ | ସାଧାରଣସଂପାଦକ ଭାବେ ରାଧା ମୋହନ ମହାପାତ୍ର ବିବରଣୀ ପାଠ କରିଥିଲେ | ଉପ ସଭାପତି ଅରୁଣ ଷଡଙ୍ଗୀ ସାମ୍ବାଦିକ ମାନଙ୍କର ରିପୋଟିଂ ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ କହିଥିଲେ | ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ସଦା ଶିବ ପାତ୍ର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ | ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା ସମେତ ଅନ୍ୟ ସାମ୍ବାଦିକ ମାନେ ସେମାନଙ୍କ ଅଭିଭାଷଣ ରଖିଥିଲେ | ଆଗାମୀ ଦିନରେ ସଂଘ ତରଫରୁ ସାମ୍ବାଦିକ ମାନଙ୍କ ନାଯ୍ୟଦାବି ପୂରଣ ପାଇଁ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନା କରିବା ପାଇଁ ନିଷ୍ପତ୍ତି ନିଆଯିବା ପ୍ରସ୍ତାବ ହୋଇଛି | ।

Comments are closed.