Friday, March 29, 2024

Top 5 This Week

Related Posts

ଚାଳକ ଦିବସ ପାଳନ କଲେ ଓଡ଼ିଶା ମୋଟର ଚାଳକ ସଂଘ ଗୁଣପୁର ଶାଖା ର କର୍ମଚାରୀ ବୃନ୍ଦ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୭/୯) : ଆଜି ସେପ୍ଟେମ୍ବର ୧୭ ତାରିଖ, ଏହି ଦିନଟିକୁ ଗାଡ଼ି ଚାଳକ (ଡ୍ରାଇଭର) ମାନେ “ଚାଳକ ଦିବସ” ରୁପେ ଦୀର୍ଘ ୭ ବର୍ଷ ହେଲା ପାଳନ କରି ଆସୁଛନ୍ତି ।WhatsApp Image 2022 09 17 at 6.29.06 PM ଚାଳକ ଦିବସ ପାଳନ କଲେ ଓଡ଼ିଶା ମୋଟର ଚାଳକ ସଂଘ ଗୁଣପୁର ଶାଖା ର କର୍ମଚାରୀ ବୃନ୍ଦ

ସମାଜରେ ଡ୍ରାଇଭର (ଚାଳକ) ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ସବୁବେଳେ ଅବହେଳିତ ଓ ନିଷ୍ପେସିତ ଜୀବନ ବିତାଇବାକୁ ବାଧ୍ୟ ହୋଇଥାନ୍ତି ଏହି ଡ୍ରାଇଭର ମାନେ । ଚବିଶ ଘଣ୍ଟା ଜନତା ର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ଏହି ଡ୍ରାଇଭର ମାନଙ୍କ ପାଇଁ ସରକାରଙ୍କ ପାଖରେ କୈାଣସି ଯୋଜନା ନାହିଁ ।

ବାରମ୍ବାର ନିଜ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଉଛନ୍ତି ଏହି ଡ୍ରାଇଭର ମହାସଂଘ କିନ୍ତୁ ମିଳିଛି ଖାଲି ଆଶ୍ଵାସନା । ଆଜି ର ଏହି ପବିତ୍ର ଦିବସ ଅବସରରେ ରାଜ୍ୟ ର ୩୦ ଜିଲ୍ଲାରେ ପାଳିତ ହେଉଛି ଚାଳକ ଦିବସ । ଗୁଣପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଶତାଧିକ ଡ୍ରାଇଭର ଏକାଠି ହୋଇ ବିଶାଳ ଶୋଭାଯାତ୍ରାରେ ଗୁଣପୁର କଲେଜ ଠାରୁ ବାହାରି ପୁରୁଣା ବସଷ୍ଟାଣ୍ଡରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଆଜି ର ଏହି ପବିତ୍ର ଦିବସ ଅବସରରେ ଗୁଣପୁର ଚାଳକ ସଂଘ ର କର୍ମକର୍ତ୍ତା ମାନେ ଚିକିତ୍ସାଳୟକୁ ଯାଇ ରୋଗି ମାନଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ରକ୍ତଦାନ ଶିବିର ର ଆୟୋଜନ କରିଥିଲେ ।WhatsApp Image 2022 09 17 at 6.29.05 PM ଚାଳକ ଦିବସ ପାଳନ କଲେ ଓଡ଼ିଶା ମୋଟର ଚାଳକ ସଂଘ ଗୁଣପୁର ଶାଖା ର କର୍ମଚାରୀ ବୃନ୍ଦ

ଡ୍ରାଇଭର ଭାଇ ମାନେ ମଦ୍ୟପାନ ନକରି ଗାଡ଼ି ଚାଳନା କରିବେ ବୋଲି ସଂଘ ପକ୍ଷରୁ ଆଶ୍ଵାସନା ଦିଆଯାଇଥିଲା । ଡ୍ରାଇଭର ମାନଙ୍କ ପାଇଁ କଲ୍ୟାଣ ପାଣ୍ଠି ସହ ଆନୁସାଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ସଂଘ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଗୁଣପୁର ଶାଖା ମଟର ଚାଳକ ସଂଘ ର ଉପସଭାପତି ଜୟଚନ୍ଦ୍ର ବୀର ସଭାପତିତ୍ଵ କରିଥିବା ବେଳେ କାର୍ଯ୍ୟକାରୀଣି ସଦସ୍ୟ ଅଞ୍ଜନ ପାଣିଗ୍ରାହୀ, ହର ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ । ତେବେ ଡ୍ରାଇଭର ମହାସଂଘ ର ଦାବି ଗୁଡ଼ିକ ସରକାର କେତେଦୂର ପୁରଣ କରିବାରେ ସକ୍ଷମ ହେଉଛନ୍ତି ଦେଖିବାକୁ ବାକି ରହିଲା ।

Popular Articles