Advertisements
Tuesday, July 7, 2020
Home Business & Private ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ସିଲାଇ ତାଲିମ କେନ୍ଦ୍ର ଉଦଘାଟିତ

ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ସିଲାଇ ତାଲିମ କେନ୍ଦ୍ର ଉଦଘାଟିତ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼ (୦୪/୦୯/୨୦୧୯): ଥେରୁବାଲି ସ୍ଥିତ ଇମ୍ଫା କାରଖାନା ଅଧିନରେ ଥିବା ସାମାଜିକ ଦାୟିତ୍ବ ବୋଧ ସଂସ୍ଥା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ପରିଚାଳିତ ମହିଳା ସିଲାଇ ତାଲିମ କେନ୍ଦ୍ର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଇମ୍ଫା ଲେଡିଜ୍ କ୍ଲବର ସଭାନେତ୍ରୀ ଶ୍ରୀମତୀ କେ ମାଲେଶ୍ବରୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ସିଲାଇ ତାଲିମ କେନ୍ଦ୍ର ର ସୁଭ ଉଦ୍ଦଘାଟନ କରିଥିଲେ ।

ଆଞ୍ଚଳିକ ଶିଳ୍ପ କେନ୍ଦ୍ର ରାୟଗଡାର ଶିଳ୍ପ ସଂପ୍ରସାରଣ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ ଓ ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ ପଲ୍ଲୀ ବିକାଶ ର ନିର୍ଦ୍ଦେଶକ ଶ୍ରୀ ରାଧା ଶ୍ୟାମ ପଣ୍ଡା ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ କେ ମାଲେଶ୍ଵରୀ, ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇ ପାରିଲେ ପରିବାର ତଥା ସମାଜର ଆର୍ଥିକ ମାନଦଣ୍ଡ ସୁଦୃଢ଼ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହିତ ପଲିଥିନର ବ୍ଯବହାର କୁ ସମ୍ପୁର୍ଣ ରୂପେ ରୋକ୍ ଲଗାଇବା ପାଇଁ ଯୁଟ ରେ ତିଆରି ବିଭିନ୍ନ ଉପକରଣ ମାନ କରିବା ପାଇଁ ଗୁରୁତ୍ବାରୋପ କରିଥିଲେ। ଇମ୍ଫା ଲୋକ ସମ୍ପର୍କ ବିଭାଗର ପରିଚାଳକ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ଏହି ମହିଳା ସିଲାଇ ତାଲିମ କେନ୍ଦ୍ର ର ଉଦ୍ଦେଶ୍ୟ ଉପରେ ଅତି ସରଳ ଓ ପ୍ରାଞ୍ଜଳ ଭାବରେ ଆଲୋକ ପାତ କରିଥିଲେ । ଶ୍ରୀ ସବ୍ୟସାଚୀ ସାହୁ ସରକାରଙ୍କ ଦ୍ବାରା ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନିଆ ଯାଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଇମ୍ଫା ଲେଡିଜ କ୍ଲବର ସଭ୍ୟା ଶ୍ରୀମତୀ ବସନ୍ତ ମାଳତୀ ସ୍ବାଇଁ, ଶ୍ରୀମତୀ ସମିତା ପଟ୍ଟନାୟକ, ଶ୍ରୀମତୀ ମିନତି ଦେ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯୋଗ୍ୟ ଯେ ୨୦୧୧ ମସିହା ଠାରୁ ବର୍ତ୍ତମାନ ସୁଦ୍ଧା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ପରିଚାଳିତ ଏହି ସିଲାଇ ତାଲିମ କେନ୍ଦ୍ର ରେ ପ୍ରାୟ ୧୭୦ ଜଣ ମହିଳା ଙ୍କୁ ମାଗଣାରେ ତାଲିମ ଦେଇ ରୋଜଗାରକ୍ଷମ କରାଯାଇଛି ଏବଂ ଏହା ସହିତ ତାଲିମ ପ୍ରାପ୍ତ କୁଶଳୀ ମହିଳା ମାନଙ୍କ ପାଇଁ ସିଲାଇ କରିବା ପାଇଁ ଆନୁସଙ୍ଗିକ କାର୍ଯ୍ଯସାଳାର ସୁବିଧା ମଧ୍ୟ କରାଯାଇଅଛି। ପ୍ରକାଶ ଯୋଗ୍ୟ ଯେ ଆଖ ପାଖ ଅଞ୍ଚଳରେ ମହିଳା ମାନଙ୍କର ସଶକ୍ତି କରଣ ନିମନ୍ତେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ତାଲିମ ଦିଆଯାଇ ଆନୁସଙ୍ଗିକ ସୁବିଧା ମଧ୍ୟ କରାଯାଇଥାଏ। ଇମ୍ଫାର ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା କରାଯାଇଥିବା ଏପରି ମହତ କାର୍ଯ୍ୟ ପାଇଁ ଅଂଚଳର ଲୋକ ପ୍ରତିନିଧି ଓ ଅଂଚଳବାସୀ ଭୄୟଂସୀ ପ୍ରସଂଶା କରିଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିନା ଅସ୍ତ୍ରଶସ୍ତ୍ରରେ କରୋନା ଯୋଦ୍ଧା ସାଜିଛନ୍ତି ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର !!!

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୬/୦୭): ବିଶ୍ୱ ମହାମାରି କୋଭିଡ୍ - ୧୯ ମୁକାବିଲା କରିବା ପାଇଁ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଆୟୁଷ...

ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ପରେ କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୦୫/୦୭): କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଏହି ପଞ୍ଚାୟତର ଗଞ୍ଜେଇଗୁଡ଼ା, ବରଗାଁ,...

ପାଗଳଙ୍କ ଉନ୍ମତକାଣ୍ଡ ଲାଗି ଘର ଜଳିଲା, ୧୦ ଛେଳି ଜୀବନ ଗଲା

ରିପୋର୍ଟ: ଏନ ସନ୍ତୋଷ କୁମାର //ବୈପାରୀଗୁଡା (୦୬/୦୭): ପାଗଳ ପ୍ରକୃତି ବ୍ୟକ୍ତି ନିଜ ଘରକୁ ନିଜେ ନିଆଁ ଲଗାଇ ଜlଳିଦେଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

Recent Comments

%d bloggers like this: