Related Contents

ବଜ୍ରାଘାତରେ ଜଣକର ମୃତ୍ୟୁ

ରିପୋର୍ଟ: ଜଗଦୀଶ ଦାସ
ଜି ଉଦୟଗିରି(୦୪/୦୯/୧୯): ଦାରିଙ୍ଗବାଡ଼ି ଥାନା ପାଙ୍ଗାଲି ଗ୍ରାମରେ ଆଜି ଅପରାହ୍ନ ୪ଟାରେ ବଜ୍ରାଘାତ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଟେକାଙ୍ଗିଆ ଗ୍ରାମର ମିନୁରି ପ୍ରଧାନ( ୫୫)।

ଝିଅ ଘର ବାରଣ୍ଡାରେ ଝିଅ ଓ ନାତି ସହ ମିନୁରି ପ୍ରଧାନ ବସିଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା | ଏହା ଫଳରେ ଘଟଣା ସ୍ଥଳେ ହିଁ ମିନୁରିଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାଇ ପାଙ୍ଗାଲି ଗ୍ରାମରେ ବିବାହ କରିଥିବା ନିଜ ଝିଅ ପ୍ରଭାସିନୀଙ୍କ ଘରକୁ ଗତ ତିନିଦିନ ହେଲା ମିନୁରି ବୁଲିବାକୁ ଆସିଥିଲେ। ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି |

Comments are closed.