ଜି.ଉଦୟଗିରି ପୁଲିସ ଅବକାରି ଚଢାଉରେ ୩ ଜଣ ଗିରଫ, କୋର୍ଟ ଚାଲାଣ

ରିପୋର୍ଟ: ଜଗଦୀଶ ଦାସ
ଜି.ଉଦୟଗିରି(୦୪/୦୯/୧୯): କନ୍ଧମାଳ ଜିଲ୍ଲାର ଜି .ଉଦୟଗିରି ବ୍ଳକ ଅନ୍ତର୍ଗତ କଳିଙ୍ଗା ଓ ଆଖପାଖ ଅଞ୍ଚଳର ମହିଳାମାନେ ଚୋରା ମଦ କାରବାରକୁ ନେଇ ପୂର୍ବରୁ ଜିଲ୍ଲାପାଳ,ଏସ.ପି ଓ ଅବକାରି ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

ଏହାକୁ ଭିତ୍ତି କରି ଜି.ଉଦହଗିରି ପୁଲିସ ଥାନା ଅଧିକାରି ଚିତରଞ୍ଜନ ବେହେରାଙ୍କ ନେତୃତ୍ବରେ ପୁଲିସ ଟିମ କଳିଙ୍ଗାପାଖ ସିଙ୍ଗାମାହା, ପାଙ୍ଗାସାହି, ଭାଲିଆପଟାରେ ଚାଲିଥିବା ଚୋରା ମହୁଲି ମଦ ଭାଟି ଉପରେ ଚଢାଉ କରି ପ୍ରାୟ ୨ହଜାର ଲିଟର ମହୁଲି ପୋଚ ନଷ୍ଠ କରିବା ସଙ୍ଗେସଙ୍ଗେ ରାସାଡି ସାହିର ମହାପତୀ ପ୍ରଧାନ ପାଖରୁ ୨୦ଲିଟର, ପାଙ୍ଗାସାହିର ମିଶିନ୍ତରା ପ୍ରଧାନ ପାଖରୁ ୧୦ଲିଟର ଓ କୂଅସାହି ତ୍ରିପାଠୀ ଦିଗାଳ ପାଖରୁ ୨୦ଲିଟର ମହୁଲି ମଦ ଜବତ କରି ୩ ଜଣକୁ ଗିରଫ କରି ପୃଥକ ଭାବେ କେସ୍ ନଂ -୧୦୪,୧୦୫,ଓ ୧୦୬ ରେ ୩ଟି ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏସ ଆଇ ଶାନ୍ତନୁ ଦିଗାଲ,ଏସ ଆଇ କୌଶଲ୍ୟା ବେହେରା ଓ ଏ ଏସ ଆଇ ସୁବାସ ଚନ୍ଦ୍ର ପ୍ରଧାନଙ୍କୁ ତଦନ୍ତଦାୟିତ୍ବ ଦିଆଯାଇଥିବା ଜଣାପଡିଛି।

Comments are closed.