ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା,ଲମତାପୁଟ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୦୪/୦୯/୧୯): ମୁଖ୍ୟ ରାସ୍ତା କଡ଼ରେ ପଡ଼ି ରହିଛି ଶିଶୁର ମୃତ ଦେହ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଲମତାପୁଟ ବ୍ଲକ ଅନ୍ତର୍ଗତ ତୁସୁବା ଗାଁ ଛକ ନିକଟରେ। ଜୟପୁର ଓ ବିଶାଖାପାଟଣା ଯିବା ଜାତୀୟ ରାଜପଥ ତୁସୁବା ଗାଁ ନିକଟରେ ରାସ୍ତାର ଦୁଇ ମିଟର ଦୁରରେ ପଡ଼ି ରହିଥିଲା ଏହି ଶିଶୁର ଶବଟି ।

ରାତିରେ କେହି ଜଣେ ଅଜଣା ମହିଳା ଜନ୍ମକରି ଶିଶୁଟିକୁ ରାସ୍ତା କଡ଼ରେ ଫିଙ୍ଗି ଚାଲି ଯାଇଛି। ଏହି ଶିଶୁ କାହାର ଏଠାକୁ କେମିତି ଆସିଲା କେହି ଜାଣି ନାହାଁନ୍ତି କି କହିପାରୁ ନାହାନ୍ତି । କେହି କେହି କହୁଛନ୍ତି କି ଏହା ଏକ ଅବୈଧ ଗର୍ଭପାତ । ତେଣୁ ଲୋକ ଲଜ୍ଜାରେ ଫିଙ୍ଗି ଚାଲି ଯାଇଥିବା ଜଣାପଡିଛି । ଏହି ଘଟଣା ସ୍ଥଳରୁ ମାଁ ଗୃହ ଦୁଇ ଶହ ମିଟରରେ ଏ ବିଷୟରେ ମାଁ ଗୃହର ଅଧିକାରୀଙ୍କୁ ପଚାରିବାରୁ ସେ ଏବିଷୟରେ କିଛି ଜାଣି ନାହିଁ କହିଛନ୍ତି । ଏହା ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ସ୍ଥଳରେ ମାଛକୁଣ୍ଡ ପୋଲିସ ପହଞ୍ଚି ତଦନ୍ତ କରୁଛି ।

Comments are closed.