Thursday, March 28, 2024

Top 5 This Week

Related Posts

ଜିଲ୍ଲା ର କୃଷି ଓ କୃଷକ ଙ୍କ ସ୍ୱାର୍ଥ ନିମନ୍ତେ ସାର ଓ କୀଟନାଶକ ଗୋଦାମରେ ଚଢ଼ାଉ ଓ ଯାଞ୍ଚ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୯) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ତତ୍ୱାବଧାନରେ ଆଜି ଜିଲ୍ଲା ର ବିନିକା ସହର ଓ ସିଂହୀଯୁବା ସ୍ଥିତ ବିଭିନ୍ନ ବିଭିନ୍ନ ସାର ଓ କୀଟନାଶକ ଗୋଦାମ ଓ ବିକ୍ରୟ କେନ୍ଦ୍ରରେ ଅଚାନକ ଚଢ଼ାଉ କରାଯାଇ ଆନୁସଙ୍ଗିକ କାଗଜ ପତ୍ର ଯାଞ୍ଚ କରାଯାଇଛି l

ଚଢ଼ାଉରେ ବିନିକା ଆଇ ଆଇ ସି, ବ୍ଲକ କୃଷି ଅଧିକାରୀ, ରାଜସ୍ୱ ନିରୀକ୍ଷକ, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସହାୟକ ଦୀପକ କୁମାର ବିଶ୍ୱାଳ, ମାନସ ସାହୁ ପ୍ରଭୁତି ସାମିଲ ରହିଥିଲେ l ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ର ବିନିକା ବ୍ଲକ ଅନ୍ତର୍ଗତ ସିଂହିଯୁବା ଠାରେ ସାର ଓ କୀଟନାଶକ କଳାବଜାରୀ ହେତୁ ଜୟ ଶଙ୍କର ଷ୍ଟୋର ର ପଞ୍ଜିକରଣ କୁ ବାତିଲ କରିଦିଆଯାଇଥିବା ବେଳେ ଅନ୍ୟ ଏକ ସାର ଗୋଦାମ ବାଲାଜୀ ଷ୍ଟୋର କୁ ଷ୍ଟକରେ ଅବ୍ୟବସ୍ଥିତ ଓ ଗୋଦାମରେ ଅନିୟମିତତା ହେତୁ ଷ୍ଟୋର କୁ ବନ୍ଦ କରାଯାଇଛି l

ସେହିପରି ବିନିକା ସହର ସ୍ଥିତ ଦଣ୍ଡସେନା ସୀଡ଼ସ ଓ ପେଷ୍ଟିସାଇଡ ଏବଂ ପାର୍ବତୀ ଏଣ୍ଟରପ୍ରାଇଜେସ ଉଭୟ ଦୋକାନ କୁ ମଧ୍ୟ ସାର କଳାବଜାରୀ ତଥା ଅବ୍ୟବସ୍ଥିତ ପରିଚାଳନା, ବିଲ ମିସମେଚ ନିମନ୍ତେ ବନ୍ଦ କରିଦିଆଯାଇଛି l ଜିଲ୍ଲା ର କୃଷି ଓ କୃଷକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତଥା ଜିଲ୍ଲାରେ ସାର, କୀଟନାଶକ ପ୍ରଭୁତି ର କଳାବଜାରୀ କୁ ରୋକିବା ନିମନ୍ତେ ବ୍ୟାପକ ଚଢ଼ାଉ ସହିତ ଯାଞ୍ଚ କରାଯିବ l ଆଗକୁ ଯେଉଁ ବ୍ୟବସାୟୀ ବେନିୟମ ଭାବେ ସାର କିମ୍ବା କୀଟନାଶକରେ କଳାବଜାରୀ କରୁଥିବା ଜଣାପଡେ ତେବେ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l

ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବା ସହିତ ଜିଲ୍ଲା ର ଅନ୍ୟ ବ୍ଲକ ଅଞ୍ଚଳ ଗୁଡିକରେ ମଧ୍ୟ କରାଯିବ l ଏଣୁ ଜିଲ୍ଲା ର ସମସ୍ତ ସାର ବ୍ୟବସାୟ ପ୍ରତିଷ୍ଠାନ ର ମାଲିକ ପ୍ରମୁଖ ନିଜ ନିଜର ପ୍ରତିଷ୍ଠାନ ର ଆବଶ୍ୟକ କାଗଜାଦ ଓ ବ୍ୟବସ୍ଥା ର ସୁପରିଚାଳନା ତଥା ସୁବ୍ୟବସ୍ଥିତ କରି ରଖିବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଉଛି l

Popular Articles