ଗଂଜେଇ ଚୋରାଚାଲାଣରେ ୨ଜଣ ଗିରଫ, ୪୫ କେଜି ଗଂଜେଇ ଜବତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ.ସତୀଶ
ନବରଙ୍ଗପୁର(୦୩/୦୯): ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଦୁଇଜଣ ଗଞ୍ଜେଇ ଚାଲାଣକାରୀ ଗିରଫ କରିବା ସହ ତାଙ୍କ ଠାରୁ ୪୫ କେଜି ଗଞ୍ଜେଇ ଓ ଦୁଇଟି ମୋଟର ସାଇକେଲ ଜବତ କରିଛି ।

ସୂଚନା ଅନୁଯାୟୀ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଉତ୍ତରପ୍ରଦେଶର କିଶନ ଗ୍ରାମର ସତୀଶ ଚନ୍ଦ୍ର ଓ ବିଶ୍ୱନାଥ ବୋଲି ଜଣାପଡିଛି । ଏମାନେ ଜୟପୁର ଠାରୁ ବାହାରି ରାୟପୁର ଯିବାବେଳେ ନବରଙ୍ଗପୁର କୁସୁମୀ ଗ୍ରାମ ଠାରେ ଜିଲ୍ଲା ଅବକାରୀ ବିଭାଗ ସବ ଇନ୍ସପେକ୍ଟର ବିପ୍ର ଚରଣ ମଣ୍ଡଳ ଓ ଏ ଏସଆଇ ନିରଞ୍ଜନ ପଟ୍ଟନାୟକ ଉଭୟକୁ ଗିରଫ କରିବା ସହ ୪୫ କେଜି ଗଞ୍ଜେଇ ଓ ଦୁଇଟି ବାଇକ ନଂ UP 74 R 4814 , UP 74 5387 କୁ ଜବତ କରିଛନ୍ତି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ୫୦ ହଜାର ଟଙ୍କା ବୋଲି ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଉଭୟଙ୍କୁ ପଚରା ଉଚରା କରି ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ସବ ଇନ୍ସପେକ୍ଟର ବିପ୍ର ଚରଣ ମଣ୍ଡଳ ସୂଚନା ଦେଇଛନ୍ତି । ଉକ୍ତ ଚଢାଉରେ ଅବକାରୀ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

Comments are closed.