ଅଧାପନ୍ତରିଆ ଶୋଚ଼ାଳୟ, ଠିକାଦାର ମାଲାମାଲ

ରିପୋର୍ଟ: କୈଲାସ ମାଳବିଶୋୟୀ
ଚନ୍ଦ୍ରପୁର(୦୨/୦୯): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ବଣ୍ଡାଗୁଡି, କାରାଦୁଆ ଖଜୁରିପଦା ଗ୍ରାମର ପ୍ରାୟ ୨୦୦ଶହରୁ ଉର୍ଦ୍ଧ ହେବ ସରକାରଙ୍କ ଠାରୁ ଶୋଚାଳୟ ନିର୍ମାଣ କରିବା ନିମନ୍ତେ ଗୋଟିଏ ପରିବାରକୁ ୧୨,୦୦୦ ହଜାର ଟଙ୍କା ଲେଖାଏ ଆଶିଥିଲା |

ତାହା ଚନ୍ଦ୍ରପୁର ବ୍ଲକ ଗଣ୍ଡେସି ଗ୍ରାମରେ ପ୍ରାୟ ୨୩ଟି ଶୋଚ଼ାଳୟ କାମ ଅଧପନ୍ତରିଆ ହୋଇଥିବା ସମୟରେ ଠିକାଦାର ମହାଶୟ ସେଠାର ଲୋକଙ୍କ ଠାରୁ ଆଧାର କାର୍ଡ ମାଗି ଆଣି ଲୁକାୟତରେ ଫାଇନାଲ ବିଲ କରିବା ନିମନ୍ତେ ଚେଷ୍ଟା କରୁଥିବା ଗଣ୍ଡେସି ଗ୍ରାମର ରାଧା କାଡ୍ରାକା ସମେତ ଅନ୍ୟ ଲୋକ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଓଡିଶା ନ୍ୟଜ୍ ୨୪ଠାରେ ଖବର ପ୍ରସାରଣ କଲେ |ଖବର ପ୍ରଶାରଣ ପରେ ଅଧପନ୍ତରିଆ ହୋଇ ପଡିରହିଥିବା ଶୋଚ଼ାଳୟ ଗୁଡିକ କାମଟି ଠିକାଦାର ସମ୍ପୂର୍ଣ୍ଣ କଲେ | ବଣ୍ଡାଗୁଡି, କାରାଦୁଆ ଓ ଖଜୁରିପଦା ଶୋଚାଳୟ କାମ ଆରମ୍ଭ କଲେ | ଏହି ଗ୍ରାମ ଗୁଡିକରେ ଅଧହନ୍ତରିଆ ଭାବରେ ଶୋଚ଼ାଳୟ କାମ ଗୁଡିକ କରି ଆଜକୁ ପ୍ରାୟ ୩/୪ ମାସ ହେବ ଠିକାଦାରର ଦେଖାନାହିଁ | ବିଶ୍ୱସ୍ତ ସୁତ୍ରରୁ ସୁଣିବାକୁ ମିଳୁଛି ଅଧପନ୍ତରିଆ ହୋଇପଡିରହି ଥିବା କାମଗୁଡିକ ସମ୍ପୂର୍ଣ୍ଣ ବିଲ ହୋଇଛି |

ଏହା ଶୁଣି ବିସମ କଟକ ବ୍ଲକ ଓ ଚନ୍ଦ୍ରପୁର ବ୍ଲକ ଚାର୍ଜରେ ଥିବା ଆରଡବ୍ଲୁଏସଏସର କନିଷ୍ଠ ଯନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ଫୋନ ଯୋଗାଯୋଗ କଲାବେଳେ ସେ ଫୋନ ମଧ୍ୟ୍ୟ ଗ୍ରହଣ କଲେ ନାହି | ଯାହା ଫଳରେ ଲୋକଙ୍କ ମନରେ ଲୁକ୍କାୟିତ ବିଲ ହୋଇଥିବା ଅନୁମାନ କରାଯାଉଛି | ଏଣୁ ଉପରିସ୍ଥ ପ୍ରଶାସନକୁ ବଣ୍ଡାଗୁଡି, କାରାଦୁଆ ଓ ଖଜୁରିପଦା ଗ୍ରାମର ଶୋଚ଼ାଳୟ ଗୁଡିକ କାମ ନ ସରି ଅଧପନ୍ତରିଆ ଭାବରେ ଫାଇନାଲ ବିଲ କରଥିବା ଭିଜିଲାନ୍ସ ତଦନ୍ତ କରିବା ନିମନ୍ତେ ବଣ୍ଡାଗୁଡି, କାରାଦୁଆ ଓ ଖଜୁରିପଦା ଗ୍ରାମବାସି ଅଭିଯୋଗ କରିଛନ୍ତି |

Comments are closed.