Friday, March 29, 2024

Top 5 This Week

Related Posts

ବେଆଇନ କ୍ଲିନିକ ସିଲ କରିବା ସହ ନକଲି ଡାକ୍ତର ଠାବ

ରିପୋର୍ଟ : ନରତ୍ତମ ପାଢୀ
ମୁନିଗୁଡ଼ା, (୧୬/୯) : ରାୟଗଡ଼ା ଜିଲ୍ଲା ଲୋକଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସାକୁ ନେଇ ଏକ୍ସନ ମୋଡ଼ରେ ଜିଲ୍ଲା ପ୍ରଶାସନ । କାଶୀପୁର ପରେ ମୁନିଗୁଡ଼ାରେ ଏକ ବେଆଇନ କ୍ଲିନିକ ସିଲ କରିଛି ଜିଲ୍ଲା ପ୍ରଶାସନ ।WhatsApp Image 2022 09 17 at 7.58.27 AM ବେଆଇନ କ୍ଲିନିକ ସିଲ କରିବା ସହ ନକଲି ଡାକ୍ତର ଠାବ

ରାୟଗଡ଼ା ଜିଲ୍ଲା ର ମୁନିଗୁଡ଼ା ପୁରୁଣା ବସ ଷ୍ଟାଣ୍ଡ ନିକଟରେ ବେଆଇନ ଭାବେ ଚାଲିଥିବା ଏକ ଘରୋଇ କ୍ଲିନିକକୁ ସିଲ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ସ୍ଵଧା ଦେବସିଂ ଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡା ତହସିଲଦାର, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ଥାନା ଅଧିକାରୀ ମିଳିତ ଭାବେ କ୍ଲିନିକ ଉପରେ ଚଢ଼ାଉ କରିଥିଲେ ।

ଚଢ଼ାଉ ବେଳେ ଡିଗ୍ରୀ ନଥାଇ ବେଆଇନ କ୍ଲିନିକରେ ଡାକ୍ତର ଏସ. ବିଶ୍ୱାସ ବୋଲି ଚିକିତ୍ସା କରୁଥିବା କ୍ଲିନିକକୁ ସିଲ କରିବା ସହ ଡାକ୍ତର ବୋଲାଉଥିବା ସୁବ୍ରତ ବିଶ୍ୱାସ କୁ ଥାନାରେ ଅଟକ ରଖାଯିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Popular Articles