ବାଲିଗୁଡାରେ ଗଣେଷ ପୂଜା ପାଳିତ

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୨/୯): ବାଲିଗୁଡା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଅଗ୍ରପୂଜ୍ୟ ବିଘ୍ନରାଜ ଗଜାନନଙ୍କ ଉତ୍ସବ ଧୁମଧାମରେ ପାଳିତ ହୋଇଛି | ଏହି ଅବସରରେ ଯଥାଵିଧି ସହକାରେ ପୂଜକଙ୍କ ଦ୍ୱାରା ପୂଜା ଆରମ୍ଭ କରାଯାଇ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା |

ସହରର ପୂର୍ତ୍ତ ବିଭାଗ, ବନ ବିଭାଗ, ଆଦର୍ଶ ବିଦ୍ୟାଳୟ, ପାଟଖଣ୍ଡା ଉଚ୍ଚ ବିଦ୍ୟାପୀଠ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୁଆସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆଦିବାସୀ ମହାବିଦ୍ୟାଳୟ, ବନବାସି ସେବା ସମିତି, ଆର.ଜେ.ଏଜୁକେସନାଲ ଇନଷ୍ଟ୍ୟୁସନ, ଉପାସନା ଏଜୁକେସନ ଟ୍ରଷ୍ଟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସିନ୍ଧିରିଗାଁର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସିପାଞ୍ଜିରିର ଗଜାନନଙ୍କ ପ୍ରତିମା ସାଜସଜ୍ଜା, ତୋରାଣ, ଆଲୋକ ମାଳା ସବୁଠାରୁ ଲୋଭନୀୟ ତଥା ଆକର୍ଷଣୀୟ ହୋଇଛି | ସନ୍ଧ୍ୟାରେ ଟାଉନର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ | ଜନଗହଳିକୁ ନଜର ରଖି ସୁରକ୍ଷା ଦୃଷ୍ଟିରୁ ପୋଲିସ ବିଭାଗ ତରଫରୁ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ପ୍ରତ୍ୟେକ ପୂଜା ଅନୁଷ୍ଠାନ ସମେତ ସମଗ୍ର ସହରରେ ପୋଲିସ ଫୋର୍ସ ମୁତୟନ ହେବା ସହିତ ଆଇନ ଶୃଙ୍ଖଳା ତଦାରଖ କରାଯାଉଛି |

Comments are closed.