Tuesday, March 19, 2024

Top 5 This Week

Related Posts

ସ୍କୁଲ ପାଚେରୀ ଫାଟକ ଭାଙ୍ଗି ଛାତ୍ରୀଙ୍କ ଉପରେ ପଡିଯିବାରୁ ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୬/୯) : ପୁଣି ଅକାଳରେ ମଉଳି ଯାଇଛି ଏକ କୋମଳମତି ଛାତ୍ରୀଙ୍କ ଜୀବନ । ସ୍କୁଲ ପାଚେରୀ ସହ ଫାଟକ ପଡ଼ି ୫ମ ଶ୍ରେଣୀ ପଢୁଥିବା ୧୧ ବର୍ଷିୟ ଆହୁତି ଶବର ର ମୃତ୍ୟୁ ଘଟିଛି ।WhatsApp Image 2022 09 17 at 7.11.15 AM ସ୍କୁଲ ପାଚେରୀ ଫାଟକ ଭାଙ୍ଗି ଛାତ୍ରୀଙ୍କ ଉପରେ ପଡିଯିବାରୁ ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ବିଚିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସରକାର ଗୋଟିଏ ପଟେ 5T ସ୍କୁଲ ନିର୍ମାଣ କରି ପ୍ରଶଂସା ସାଉଁଟୁଥିବା ବେଳେ ଅପରପକ୍ଷରେ ରାୟଗଡ଼ା ଜିଲ୍ଲାରେ ବାରମ୍ବାର ଏପରି ଛାତ୍ର ଛାତ୍ରୀ ମୃତ ଘଟଣା ଶିକ୍ଷା ବିଭାଗ ର ପାରିବା ପଣିଆକୁ ପଦାରେ ପକାଇ ଦେଇଛି । ସୂଚନା ମୁତାବକ ଆଜି ଦିନ ପ୍ରାୟ ୧୨ଟା ସମୟରେ ଛାତ୍ରୀ ଜଣକ ଶୌଚାଳୟ ଯିବା ସମୟରେ ସ୍କୁଲ ପାଚେରୀ ସହ ଗେଟ୍ ଟି ଭାଙ୍ଗି ଛାତ୍ରୀଙ୍କ ମୁଣ୍ଡରେ ପଡ଼ିଯାଇଥିଲା । ଗୁରୁତର ଆହତ ଛାତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପଦ୍ମପୁର ମେଡ଼ିକାଲକୁ ନିଆଯାଇଥିଲା, ସେଠାରେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ପ୍ରକାଶ ଯୋଗ୍ୟ ଯେ ,ଏପରି ବିପଦ ସଙ୍କୁଳ ଅବସ୍ଥାରେ ଥିବା ପାଚେରୀ ଓ ଗେଟ ର ମରାମତି ପାଇଁ ବହୁବାର ଦାବି ହେଉଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ କି ଶିକ୍ଷା ବିଭାଗ କେହି ଦୃଷ୍ଟି ଦେଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଜି ଶିକ୍ଷା ବିଭାଗ ର ଅବହେଳା ଯୋଗୁଁ ଜଣେ ନିଷ୍ଠାପ ଛାତ୍ରୀଙ୍କ ମୃତ୍ୟୁ ଘଟିବା କେତେଦୂର ଯୁକ୍ତିଯୁକ୍ତ ଆପଣ ବିଚାର କରିବେ ।WhatsApp Image 2022 09 17 at 7.11.14 AM 1 ସ୍କୁଲ ପାଚେରୀ ଫାଟକ ଭାଙ୍ଗି ଛାତ୍ରୀଙ୍କ ଉପରେ ପଡିଯିବାରୁ ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ଏହି ଅଘଟଣ ଘଟିବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମପୁର ସୁବାସ ଶବର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାସ୍ଥଳରେ ପଦ୍ମପୁର ଥାନା ଅଧିକାରୀ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଏଭଳି ଛାତ୍ରୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷା ବିଭାଗ ନା ଖୋଦ ମୁଖ୍ୟମନ୍ତ୍ରୀ ? ଆଉ କେତେଜଣ ଛାତ୍ରଛାତ୍ରୀଙ୍କ ଜୀବନ ଗଲାପରେ ଶିକ୍ଷା ବିଭାଗ ର ନିଦ ଭାଙ୍ଗିବ ଏହା ସମୟ କହିବ ।

Popular Articles