ରାଇକିଆ ପୋଲିସ ପକ୍ଷରୁ ଆମ ପୋଲିସ ବୈଠକ

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୦୨/୦୯): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପକ୍ଷରୁ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ରାଇକିଆ ର ସରପଞ୍ଚ ପଂଚୁ ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ନୂତନ ଭାବେ ରାଇକିଆ ଥାନାରେ ଦାୟିତ୍ୱ ନେଇଥିବା ଆଇଆଇସି ଅଲେଖ ଗରଡ଼ିଆ ଏବଂ ପୁରାତନ ଥାନାର ଅଧିକାରୀ ନରେଶ କୁମାର ସାହୁ, ସେକେଣ୍ଡ ଅଫିସର ବିଜୟ ସିଂ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଦେବାଶିଷ ଜେନା ଯୋଗ ଦେଇଥିଲେ |

ଏହି ବୈଠକରେ ଟ୍ରାଫିକ ସମସ୍ୟା, ଚୋରା ମଦ ସହ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା ହୋଇଥିଲା | ଅଲେଖ ଗରଡ଼ିଆ ପୂର୍ବରୁ ଦାରିଂବାଡ଼ି ଥାନାରେ ରହିଥିଲେ | ବୈଠକରେ ଭଜରାମ ପତି, ସତ୍ୟବାନ ପାତ୍ର, ଟୁକୁନା ପାଣିଗ୍ରାହୀ, ରାଜମୋହନ ଦିଗଲ ସହ ଅନେକ ଜନସାଧାରଣ ଉପସ୍ଥିତ ଥିଲେ |

Comments are closed.