ରାଇକିଆର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୦୨/୦୯): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ର ବିଭିନ୍ନ ସ୍ଥାନରେ ଯଥା ସ୍କୁଲ, କଲେଜ, ବିଭିନ୍ନ ପୂଜା ମଣ୍ଡପରେ ଶ୍ରୀ ବିଘ୍ନ ନାଶକ ଗଣେଶଙ୍କ ପୂଜା ପାଳିତ ହୋଇଯାଇଛି |

ସକାଳୁ ସକାଳୁ ସ୍କୁଲ ପିଲାମାନେ ନୂତନ ବସ୍ତ୍ର ପରିଧାନ କରି ରାଇକିଆର ବିଭିନ୍ନ ସ୍କୁଲ, କନ୍ୟାଶ୍ରମ, ସରସ୍ବତୀ ଶିଶୁ ମନ୍ଦିର କୁ ଯାଇ ପୂଜାର୍ଚ୍ଚନା କରିଥିଲେ | ଅନ୍ୟ ପୂଜାମଣ୍ଡପ ଯଥା ମଣ୍ଡାକିଆ ଛକ, ଚୂନପାଲ୍ଲୀ ଛକ, ବେରେଡାକିଆ ଛକ ମାନଙ୍କରେ ମଧ୍ୟ ସୁନ୍ଦର ସାଜସଜ୍ଜା ସହ ଗଣେଶଙ୍କ ପୂଜା କରାଯାଇଥିବାର ଦେଖା ଯାଇଥିଲା |

Comments are closed.