CLM ଙ୍କ ବୃତ୍ତିଗତ ଦକ୍ଷତା ବିକାଶ ତାଲିମ ଶିବିର ଉଦଯାପିତ

0
204
CLM

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା (୧୬/୦୯) : ତା ୧୬/୦୯/୨୦୨୨ ଦିନ CLM ଙ୍କ ପାଇଁ ଆୟୋଜିତ ହୋଇଥିବା ଛେଳି ମୂଲ୍ୟ ଶୃଙ୍ଖଲା, ଛେଳି ର ପ୍ରାଥମିକ ଚିକିତ୍ସା ଏବଂ ଟୀକାକରଣ ସମ୍ବନ୍ଧିତ ପାଞ୍ଚ ଦିନିଆ ବୃତ୍ତିଗତ ଦକ୍ଷତା ବିକାଶ ତାଲିମ ଶିବିର ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ସ୍ୱଦ୍ଧା ଦେବ ସିଂ ଙ୍କର ଦ୍ୱାରା ଉଦଯାପିତ ହେଲା ।WhatsApp Image 2022 09 16 at 7.35.09 PM CLM ଙ୍କ ବୃତ୍ତିଗତ ଦକ୍ଷତା ବିକାଶ ତାଲିମ ଶିବିର ଉଦଯାପିତ

ICICI ବ୍ୟାଙ୍କ ଏବଂ ICICI Foundation ର ଆର୍ଥିକ ସହାୟତା ଏବଂ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ, ରାୟଗଡ଼ା ମିଳିତ ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ର, ରାୟଗଡ଼ା ର ପ୍ରଶିକ୍ଷଣ କେନ୍ଦ୍ର ଠାରେ କାଶୀପୁର ବ୍ଲକ ପାଇଁ ICICI Foundation ଦ୍ୱାରା ନିଯୁକ୍ତ ପଶୁ ସଖୀ ଏବଂ ଆଞ୍ଚଳିକ ପ୍ରାଣୀ ସମ୍ପଦ ପରିଚାଳକ (CLM) ଙ୍କ ପାଇଁ ଆୟୋଜିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ହାଡିବନ୍ଧୁ ଭୋଇ, ICICI ବ୍ୟାଙ୍କ ରାୟଗଡ଼ା ଶାଖା ପରିଚାଳକ ଶ୍ରୀ ସରୋଜ କୁମାର ମହାପାତ୍ର, ICICI Foundation ର ପ୍ରକଳ୍ପ ପରିଚାଳକ ଶ୍ରୀ ଆଦିତ୍ୟ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ର ଅନ୍ୟ ଅଧିକାରୀ ଏବଂ ICICI Foundation ର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ପ୍ରାଣୀ ଚିକିତ୍ସକ ମାନଙ୍କ ଦ୍ୱାରା ଛେଳି ପାଳନ, ପ୍ରାଥମିକ ଚିକିତ୍ସା ଏବଂ ଟୀକାକରଣ ତଥା ଅନ୍ୟାନ୍ୟ ବିଷୟରେ ୧୨/୦୯/୨୦୨୨ ରୁ ୧୬/୦୯/୨୦୨୨ ପର୍ଯ୍ୟନ୍ତ ସମୁଦାୟ ୩୨ ଜଣ ପଶୁସଖୀ ଏବଂ ୩ ଜଣ CLM ଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ଡେଭେଲପମେଣ୍ଟ ଅଫିସର ରାକେଶ କୁମାର ଷଡ଼ଙ୍ଗୀ ଓ ଅନ୍ୟ କର୍ମକର୍ତ୍ତା ପରିଚାଳନା କରିଥିଲେ ।