ମାଁ ମାଣିକେଶ୍ଵରୀ ଙ୍କ ପାଇଁ କୈବର୍ତ୍ତ ସମାଜ ର ବୈଠକ ଅନୁଷ୍ଠିତ

0
114
ମାଁ ମାଣିକେଶ୍ଵରୀ ଙ୍କ

ରିପୋର୍ଟ : ସୁଶାନ୍ତ କୁମାର ବେହେରା
କଣ୍ଟାମାଳ, (୧୬/୦୯) : କଳାହାଣ୍ଡି ଜିଲ୍ଲା ର ମନମୁଣ୍ଡା କୈବର୍ତ୍ତ ସମାଜ ର ଇଷ୍ଟ ଦେବୀ ମାଁ ମାଣିକେଶ୍ଵରୀ ଙ୍କ ଯାତ୍ରା ପାଇଁ ଆଜି କୈବର୍ତ୍ତ ସମାଜ ର ବୈଠକ ଅନୁଷ୍ଠିତ ହୋଇଯାଇଛି ।

କୈବର୍ତ୍ତ ସମାଜ ମନମୁଣ୍ଡା ମାଁ ମାଣିକେଶ୍ଵରୀ ଙ୍କ ଯାତ୍ରା ଏହି ବର୍ଷ ଧୁମ୍ ଧାମରେ ପାଳନ କରିବାକୁ ଏହି ବୈଠକରେ ସ୍ଥିରୀକୃତ କରିଥିଲେ ।ଆସନ୍ତା ୯/୧୦/୨୨ ରିଖ ଅଶ୍ଵିନୀ ପୂର୍ଣ୍ଣିମା ଦିନ ମାଁ ଙ୍କ ଏହି ଯାତ୍ରା ପାରମ୍ପରିକ ରୀତି ନୀତିରେ ଅନୁଷ୍ଠିତ ହେବ । ସଭାପତି ସୁଦାମ ଚରଣ ମଲ୍ଲିକ, ଉପସଭାପତି ପ୍ରଫୁଲ୍ଲ କୁମାର ସେଠୀ, ସମ୍ପାଦକ ଗଣେଶ ଲୋଇ, କୋଷାଧ୍ୟକ୍ଷ ଦୁଃଶାସନ ସାହୁ, ଉପଦେଷ୍ଟା କମିଟି ର ସଦସ୍ୟ ହଳଧର ନାୟକ, ସତ୍ୟନାରାୟଣ ସେଠୀ, ବୈସାଖୁ ନାୟକ, ବିଶ୍ଵାମିତ୍ର ଭୋଇ, ସୁରେଶ୍ ବାଘ, ବୁଲୁ ପାଣ୍ଡେ, ରବୀନ୍ଦ୍ର ସେଠୀ ଓ ବାବୁଲା ସାହୁ ପ୍ରମୁଖ ଏହି ବୈଠକ ରେ ଉପସ୍ଥିତ ଥିଲେ ।