Thursday, March 28, 2024

Top 5 This Week

Related Posts

ମାଁ ମାଣିକେଶ୍ଵରୀଙ୍କ ବାଲିଯାତ୍ରା ଗୁଣପୁରରେ ସମାପନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୬/୯) : ରାୟଗଡ଼ା ଜିଲ୍ଲା ଗୁଣପୁର ଅଞ୍ଚଳରେ ଆରାଧ୍ୟ ଦେବୀ ମାଁ ମାଣିକେଶ୍ଵରୀଙ୍କ ନବ ଦିନାତ୍ମକ ବାଲିଯାତ୍ରା ମହା ଆଡ଼ମ୍ବରରେ ସମାପନ ହୋଇଯାଇଛି ।WhatsApp Image 2022 09 16 at 4.58.22 PM ମାଁ ମାଣିକେଶ୍ଵରୀଙ୍କ ବାଲିଯାତ୍ରା ଗୁଣପୁରରେ ସମାପନ

ଭାଦ୍ରବ ମାସ ଦଶମୀ ତିଥି ର ଶୁଭ ମୁହୁର୍ତ୍ତରେ ମାଁ ମାଣିକେଶ୍ଵରୀଙ୍କ ପିଠରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସ୍ୱତନ୍ତ୍ର ରୀତି ନିତି ପୂଜା ପରେ ବାଲିଯାତ୍ରା ପାଇଁ ମାଁ ଙ୍କୁ ଆବାହନ କରାଯାଇଥିଲା । ପୂଜକ ମାଁ ଙ୍କ ଖଣ୍ଡାଧରି ବୀରବାଦ୍ୟ, ଢାମ୍ପ, ଘୁମୁରା, ତୁଡୁମ ଓ ମହୁରୀ ବାଦ୍ୟର ତାଳେ ତାଳେ ନାଚି ନାଚି ଆସି ପୁରୁଣା ଗୁଣପୁର ସ୍ଥିତ ମାଁ ଙ୍କ ମନ୍ଦିରରେ ପହଞ୍ଚି ସେଠାରେ ମାଁ ଙ୍କୁ ସ୍ଥାପନ କରିଥିଲେ ।

ପରେ ଦ୍ଵାଦଶି ତିଥିରେ ୯ ଟି ନୂଆ ଥାଟରେ ବଂଶଧାରା ନଦୀରୁ ବାଲି ଆଣିବା ପରେ ପୂର୍ଣ୍ଣମୀ ତିଥିରେ ବିଭିନ୍ନ ପ୍ରକାର ର ଶସ୍ୟ ଏହି ଥାଟରେ ବୁଣାଯାଇଥିଲା । ଏହାକୁ ଗଜାବୁଣା ଯାତ୍ରା କୁହାଯାଏ । ବିଶ୍ଵାସ ଅଛି ବିହନ ଗଜା ଉଠିବା ଦେଖି ସେ ବର୍ଷ ଫସଲ କିପରି ହେବ ତାହା ଜଣାପଡିଥାଏ । ଏହାପରେ ଷଷ୍ଠୀ ତିଥିରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ବାଲିଯାତ୍ରା । ଦେବୋତ୍ତର ବିଭାଗ ଦ୍ଵାରା ପରିଚାଳିତ ଏହି ଯାତ୍ରା ରାଜସ୍ୱ ବିଭାଗ ର ଅଧିକାରୀ ମାନଙ୍କ ତତ୍ତ୍ଵାବଧାନରେ କରାଯାଇଥିଲା ।ମାଁ ମାଣିକେଶ୍ଵରୀଙ୍କ

କଣ୍ଟାଦୋଳି, ବେଜୁନାଚ ସହ ନିଆଁ ମଡ଼ା ଏହି ବାଲିଯାତ୍ରା ର ମୂଖ୍ୟ ଆକର୍ଷଣ ଥିଲା । ସନ୍ଧ୍ୟାରେ ମାଁ ଙ୍କ ବେଶଧାରୀ ବେଜୁ /କାଳେଶି ମାନେ ଭକ୍ତଙ୍କ ଆଗରେ ନାଚି ନାଚି ଖଣ୍ଡା ପୂଜା କରିଥିଲେ । ବେଜୁ, କଞ୍ଚା ମାଟି କଳସରେ ବସି ଭକ୍ତଙ୍କ ଗୁହାରି ଶୁଣିବା ସହ ପୂର୍ବରୁ ପ୍ରସ୍ତୁତ କଣ୍ଟା ଦୋଳିରେ ଝୁଲିଥିଲେ । ଭକ୍ତ ମାନେ ଆଣିଥିବା ଚାଉଳ ଶୁଙ୍ଘି ସେମାନଙ୍କ ଭଲମନ୍ଦ ବିଷୟ ବେଜୁ କହିଥିଲେ ।

ଏହି କାର୍ଯ୍ୟକ୍ରମ ପରେ ପୂର୍ବରୁ ପ୍ରସ୍ତୁତ ଥିବା ୭ ଫୁଟ ଓସାର ଓ ୧୦ ଫୁଟ ଲମ୍ବର ନିଆଁ ଗଦାରେ ନାଚିଥିଲେ ମାଣିକେଶ୍ଵରୀ ମନ୍ଦିର ପୂଜକ ବେଜୁ ଜଗଦୀଶ ବୀରଦଳେଇ ଓ ମାନସିକଧାରୀ ମାନେ ମଧ୍ୟ ତାଙ୍କ ସହ ସେହି ନିଆଁରେ ଚାଲିଥିଲେ । ଏହି ଯାତ୍ରା ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇଥିଲା । ଶେଷରେ ନବଦିନାତ୍ମକ ଯାତ୍ରା ସାରି ମାଁ ମାଣିକେଶ୍ଵରୀଙ୍କ ନିଜ ପିଠକୁ ଫେରିଛନ୍ତି ।

Popular Articles