ବେଆଇନ ପଥର ଚାଲାଣ : ଟ୍ରାକ୍ଟର ଜବତ, ୨୦ ହଜାର ଜୋରିମାନା ଆଦାୟ

0
141
ବେଆଇନ ପଥର ଚାଲାଣ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୫/୯) : ବେଆଇନ ପଥର ଚାଲାଣ ହେଉଥିବା ବେଳେ ବିଶାଳପାଲି ଛକରେ ସୋନପୁର ଉପ ଜିଲ୍ଲାପାଳ ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଗୋଟିଏ ଟ୍ରାକ୍ଟର କୁ ଜବତ କରିବା ସହିତ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ସୂଚନା ଅନୁସାରେ ସିଂଘିଯୁବା ରୁ ଏକ ଟ୍ରାକ୍ଟର ନଂ (OR 17 H 6657) ଯୋଗେ ବେଆଇନ ପଥର ଚୋରା ଚାଲାଣ ହେଉଥିବା ବେଳେ ବିଶାଳପାଲି ଛକରେ ଉପ ଜିଲ୍ଲପାଳ ଏବଂ ରାଜସ୍ୱ ବିଭାଗ ର କର୍ମଚାରୀ ମାନେ ଉକ୍ତ ଟ୍ରାକ୍ଟର କୁ ଅଟକାଇ ଥିଲେ । ପରେ ଉକ୍ତ ଟ୍ରାକ୍ଟର କୁ ଜବତ କରିବା ସହିତ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ସିନ୍ଦୁରପୁର ରାଜସ୍ୱ ନିରୀକ୍ଷକ ବିବେକାନନ୍ଦ ତ୍ରିପାଠୀ, ସୁପରଭାଇଜର ପୁଷ୍ପାଞ୍ଜଳି ପଧାନ ପ୍ରମୁଖ ସାମିଲ ଥିଲେ ।