ବାଲିଗୁଡା ଏନଏସିରେ ସ୍ୱାୟତ ଶାସନ ଦିବସ ପାଳିତ

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୦୧/୦୯): ବାଲିଗୁଡା ଏନଏସିରେ ସର୍ବ ଭାରତୀୟ ସ୍ୱାୟତ ଶାସନ ଦିବସ ପାଳିତ ହୋଇଛି | ଏଥିରେ ଏନଏସି ଅଧ୍ୟକ୍ଷା ମମତା ବେହେରାଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥି ରୂପେ ବାଲିଗୁଡା ବିଧାୟକ ଚକ୍ରମଣି କହ୍ନର ଯୋଗ ଦେଇ ଏନଏସିର ଉନ୍ନତି କାମନା କରିଥିଲେ |

ମୁଖ୍ୟବକ୍ତା ରୂପେ ଡ଼ ମଧୁ ସୂଦନ ମହାପାତ୍ର ଯୋଗ ଦେଇ ସ୍ୱାୟତ ଶାସନ ଦିବସ ସମ୍ପର୍କରେ ଅଭିଭାଷଣ ରଖିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ, କାଉନସିଲର ଅର୍ଜୁନ ନାୟକ ମଞ୍ଚାସିନ ଥିଲେ | ପରିମଳ ଅଧିକାରୀ ରାଜକିଶୋର ସାହୁ, ଏନଏସି ଆକାଉଣ୍ଟ ଦେବାଶିଷ ମହାନ୍ତି, ମୁକେଶ ରଞ୍ଜନ ନାୟକ ସମେତ କର୍ମଚାରୀ ଉପସ୍ଥିତ ଥିଲେ | ଏନଏସି ସଫେଇ କର୍ମଚାରୀ, କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ପୁରସ୍କୃତ କରିଥିଲେ | ପରେ ବାଲିଗୁଡା ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା | କିନ୍ତୁ ଏନଏ ସିରେ କାଉନସିଲର ମାନଙ୍କୁ ବିଭିନ୍ନ ସମୟରେ ବୈଠକକୁ ଡକାଯାଉ ନ ଥିବା ଏବଂ ଗୁରତ୍ୱପୁର୍ଣ ନିଷ୍ପତ୍ତିରେ କାଉନସିଲରଙ୍କ ମତାମତ ନିଆଯାଉ ନ ଥିବା କାରଣରୁ ଆଜିର ଦିବସକୁ ବୟକଟ କରିଛନ୍ତି ଅଧିକାଂଶ କାଉନସିଲର |

Comments are closed.