Thursday, March 28, 2024

Top 5 This Week

Related Posts

୫୦ ଗୋଟି ବୁଲା ଗୋମାତାଙ୍କୁ ପ୍ରତିପାଳନ ନିମନ୍ତେ ମାହେଶ୍ୱରୀ ଗୋଶାଳାକୁ ହସ୍ତାନ୍ତର

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, ତା (୧୬/୦୯) : ବୌଦ୍ଧ ଏନ ଏ ସି ମଧ୍ୟରେ ବୁଲୁଥିବା ୫୦ ଗୋଟି ଗାଈ ଗୋରୁଙ୍କୁ ମଥୁରା ପଞ୍ଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋ-ଶାଳା ଓ ଜରା ଆଶ୍ରମକୁ ହସ୍ତାନ୍ତର କରି ପ୍ରତିପୋଷଣ ନିମନ୍ତେ ଦାୟିତ୍ୱ ଅର୍ପଣ କରାଯାଇଛି ।

ମାହେଶ୍ୱରୀ ଗୋଶାଳାରେ ବର୍ତ୍ତମାନ ସର୍ବମୋଟ ୩୮୬ ଗୋଟି ଗୋମାତାଙ୍କୁ ତିନି ବର୍ଷରୁ ଉର୍ଦ୍ଧ୍ୱ ହେବ ପ୍ରତିପାଳନ କରି ଆସୁଥିବା ମାହେଶ୍ୱରୀ ଗୋ-ଶାଳା ର ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼ ଓ ସମ୍ପାଦକ କୃତ୍ତିବାସ ପଲିଆ ପ୍ରକାଶ କରିଛନ୍ତି । ଆଜି ବୌଦ୍ଧ ଗୋ-ଶ୍ରଦ୍ଧା ଗୃହରୁ ସକାଳେ ରାଜବାଟି ମାହେଶ୍ୱରୀ ପିଠ ର ପୂଜକ ପୁରୁଷୋତ୍ତମ ମହାକୁଡ଼ ଗୋ-ପୂଜନ କରିଥିବା ବେଳେ ଏନ ଏ ସି ନିର୍ବାହୀ ଅଧିକାରୀ ଇଂ ମନରଞ୍ଜନ ପଣ୍ଡା, କର୍ମଚାରୀ ପ୍ରଫୁଲ୍ଲ ପଟ୍ଟନାୟକ, ପ୍ରଦୀପ ପ୍ରଧାନ ଯୋଗଦେଇ ୫୦ ଗୋଟି ବୁଲା ଗୋମାତାଙ୍କୁ ହସ୍ତାନ୍ତର କରିଥିଲେ ।

ଏହି ଅବସରରେ ବିଶିଷ୍ଟ ଗୋ-ସେବିକା ତାରାକାନ୍ତି ପଟେଲ, ବାବା କମଳ ଦଳେଇ, ପୁଷ୍ପାଞ୍ଜଳୀ ଦାସ ଉପସ୍ଥିତ ଥିଲେ । ପ୍ରାଣୀ କଲ୍ୟାଣ ମଞ୍ଚ ର ସମ୍ପାଦକ ଅରୁଣ ମେଣ୍ଡିଲି, ସଦସ୍ୟ ଦେବ ଥାଟି, ଧନଞ୍ଜୟ ପାତ୍ର ଓ ଅନ୍ୟମାନେ ସହଯୋଗ କରିଥିଲେ ।

Popular Articles