ସରକାରୀ ନିର୍ଦ୍ଦେଶକୁ ଅବମାନନା, ଦରମା ନ ପାଇ ନିରାଶ ହେଲେ ଶିକ୍ଷକ

ରିପୋର୍ଟ: ଜଗବନ୍ଧୁ ସାହୁ
ବରଗଡ଼(୦୧/୦୯): ଆଉ ଦିନକ ପରେ ନୂଆଁଖାଇ । ପଶ୍ଚିମ ଓଡ଼ିଶାର ପ୍ରମୁଖ ଗଣପର୍ବ ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡିଶା ଚଳଚଞ୍ଚଳ । ଦୂରଦୂରାନ୍ତରେ ଥିବା ତଥା ଘରୁ ବାହାରେ ରହୁଥିବା ସମସ୍ତ ସରକାରୀ ବେସରକାରୀ ଚାକିରିଆ, ଗୋତି ଶ୍ରମିକ ସମସ୍ତେ ଘରବାହୁଡା ।

ପରିବାର ବର୍ଗଙ୍କ ପାଇଁ କିଣା ହେବ ନୂଆ ବସ୍ତ୍ର, ପୁରୁଣା ଧାର କରଜ ସବୁ ହେବ ପରିଶୋଧ । ହେଲେ ଆଉ ସେ ସବୁ ହୋଇପାରିବନି ଶିକ୍ଷକଙ୍କ ମହଲରେ । ବୋଝ ଉପରେ ନଳିତା ବିଡା । ପୁଣି ଯେନତେନ ପ୍ରକାରେଣ ଦାୟିତ୍ୱ ନିଭାଇବାକୁ ହେବ । ଶିକ୍ଷକଙ୍କ ଦୁଃଖ ବୁଝିବ କିଏ ? ଚଳିତ ସେପ୍ଟେମ୍ବର ମାସ ପହିଲା ରବିବାର ଛୁଟି, ୨ତାରିଖ ଗଣେଶ ପୂଜା ଓ ୩ ତାରିଖ ନୂଆଁଖାଇ ପାଇଁ ଛୁଟି ଏବଂ ନୂଆଁଖାଇ ପର୍ବକୁ ଆଖି ଆଗରେ ରଖି ତା ପୂର୍ବରୁ ସରକାରୀ ନିର୍ଦ୍ଦେଶ ରହିଥିଲା ଅଗଷ୍ଟ ୩୧ ତାରିଖ ସୁଦ୍ଧା ଶିକ୍ଷକଙ୍କ ଦରମା ଆଗୁଆ ଦିଆଯିବାକୁ । ହେଲେ ବିଭାଗୀୟ କର୍ମଚାରୀ ମାନଙ୍କ ସରକାରୀ ନିର୍ଦ୍ଦେଶକୁ ହେୟ ମନେ କରିବା ଓ ଖାମଖିଆଲି ଭାବନା ଯୋଗୁଁ ବରଗଡ଼ ଜିଲ୍ଲାର ୩/୪ ଟି ହାଇସ୍କୁଲକୁ ବାଦ୍ ଦେଇ ବାକି ସମସ୍ତ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଦରମା ପାଇବାରୁ ବଞ୍ଚିତ ରହିଥିବାରୁ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

Comments are closed.