ରାତ୍ରୀ କାଳୀନ ଚଢ଼ାଉ : ବେନିୟମ ବାଲି ଚାଲାଣ ନିମନ୍ତେ ଜୋରିମାନା ଆଦାୟ

0
125
ରାତ୍ରୀ କାଳୀନ ଚଢ଼ାଉ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୯) : ଗତ ରାତିରେ ସୋନପୁର ସହର ବୁଢାରଜା ଛକ ଠାରେ ବିନିକା ବାଇପାସ ଦେଇ ମହାନଦୀ ବ୍ରିଜ ପଟକୁ ଯାଉଥିବା ୩ ଟି ହାଇୱାକୁ ବେନିୟମ ବାଲି ଚାଲାଣ କରୁଥିବା ସମୟରେ ରାତ୍ରୀ କାଳୀନ ଚଢ଼ାଉ କରି ଜୋରିମାନା ଆଦାୟ କରାଯାଇଛି ।WhatsApp Image 2022 09 16 at 11.51.12 AM ରାତ୍ରୀ କାଳୀନ ଚଢ଼ାଉ : ବେନିୟମ ବାଲି ଚାଲାଣ ନିମନ୍ତେ ଜୋରିମାନା ଆଦାୟ

ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ତତ୍ୱାବଧାନରେ ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ, ଆର.ଆଇ. ସୁଧୀର ପାଣ୍ଡିଆ ପ୍ରମୁଖ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ୩ ଟି ହାଇୱା କୁ ମୋଟ ୩ ଲକ୍ଷ ୩୪ ହଜାର ୯୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଏହି ଚଢ଼ାଉ ସମୟରେ ତହସିଲ କାର୍ଯ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ସାମିଲ ରହିଥିବା ବେଳେ ଏହି ରାତ୍ରୀ କାଳୀନ ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ତହସିଲଦାର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି । ଜୋରିମାନା ଆଦାୟ ପରେ ହାଇୱା ଗୁଡିକୁ ଛାଡି ଦିଆଯାଇଥିବା ଜଣାପଡ଼ିଛି ।