Advertisements
Tuesday, July 7, 2020
Home District News ରାୟଗଡା ଜ଼ିଲ୍ଲା ଶିକ୍ଷା ବିଭାଗ କିରାଣୀ ସତ୍ୟନାରାୟଣ ବିଷୋୟୀଙ୍କ ଯୌନ ବ୍ୟଭିଚାରର ପର୍ଦ୍ଦାଫାଶ, ଶେଷରେ ଗିରଫ

ରାୟଗଡା ଜ଼ିଲ୍ଲା ଶିକ୍ଷା ବିଭାଗ କିରାଣୀ ସତ୍ୟନାରାୟଣ ବିଷୋୟୀଙ୍କ ଯୌନ ବ୍ୟଭିଚାରର ପର୍ଦ୍ଦାଫାଶ, ଶେଷରେ ଗିରଫ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୦୨/୦୯): ରାୟଗଡା ଜ଼ିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ସତ୍ୟନାରାୟଣ ବିଷୋୟୀଙ୍କ ନାଁରେ ଯୌନ ଉତ୍ପୀଡ଼ିନ ର ଶିକାରୀ ଶିକ୍ଷୟତ୍ରୀ କରିଛନ୍ତି ଏକ ବଡ଼ଧରଣର ଯୌନ ଵ୍ୟଭିଚାରୀର ଖୁଲାସା | ଘଟଣାରୁ ପ୍ରକାଶ ଯେ ଗୁଡାରି ହାଇସ୍କୁଲ ଛାତ୍ରୀ ସ୍ନିଗ୍ଧା ସାହୁ ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମ ପୂରଣ କରିଥିଲେ କିନ୍ତୁ ପରୀକ୍ଷା ଦେଇପାରି ନ ଥିଲେ |

ଏଥିପାଇଁ ଯୌନ କେଳେଙ୍କାରୀର ଶିକାରୀ ହୋଇଥିବା ଶିକ୍ଷୟତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା କିନ୍ତୁ ଏହି ନିଲମ୍ବନ ଶିକ୍ଷୟତ୍ରୀ କହିଛନ୍ତି ଯେ ସ୍ନିଗ୍ଧା ସାହୁର ଫର୍ମ ପୂରଣ ଦାଇତ୍ୱରେ କ୍ଲାସ ଶିକ୍ଷୟତ୍ରୀ ଅନିତା ଦାସ ଥିଲେ କିନ୍ତୁ ମୋତେ ଶିକ୍ଷା ବିଭାଗର ଅଧିକାରୀ ମାନେ ଜାଣିଶୁଣି ମୋତେ ନିଲମ୍ବନ କରିଥିଲେ | ଗୁଡାରି ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟତ୍ରୀ ରୂପେ ଏହି ଶିକ୍ଷୟତ୍ରୀ କାର୍ଯ୍ୟରେ ଯୋଗ ଦାନ କରିଥିଲେ | ଚଳିତ ବର୍ଷ ୨୬.୦୩.୧୯ରେ କୌଣସି କାରଣ ବଶତଃ କାର୍ଯ୍ୟରୁ ନିଲମ୍ବନ କରି କୋଲନରା ସ୍ଥିତ ଜଗଦମ୍ବା ଉଚ୍ଚ ବିଦ୍ୟାଳୟରେ ସବୁଦିନ ଉପସ୍ଥିତ ରହିବା ପାଇଁ କୁହାଯାଇଥିଲା | ସେହି ଦିନ ଉକ୍ତ ଶିକ୍ଷୟତ୍ରୀ କୋଲନରା ଠାରେ ଅବସ୍ଥିତ ଜଗଦମ୍ବା ଉଚ୍ଚ ବିଦ୍ୟାଳୟରେ ଯୋଗଦାନ କରିଥିଲେ | କାର୍ଯ୍ୟରେ ଯୋଗଦାନର ଦୁଇ ଦିନ ପରେ ଜ଼ିଲ୍ଲା ଶିକ୍ଷାଧିକାରୀଙ୍କୁ ସାକ୍ଷାତ ପାଇଁ କାର୍ଯ୍ୟାଳୟକୁ ଆସିଥିଲେ ଠିକ ଏହି ସମୟରେ ଉକ୍ତ କାର୍ଯ୍ୟାଳୟର କିରାଣୀ ସତ୍ୟନାରାୟଣ ବିଷୋୟୀ ତାଙ୍କୁ ସେହି ଶିକ୍ଷୟତ୍ରୀଙ୍କୁ ଧମକ ଦେଲା ଭଳି କଥା କହିଥିଲେ | କିନ୍ତୁ ସେହି କାର୍ଯ୍ୟାଳୟ ଠାରେ ଶିକ୍ଷୟତ୍ରୀ କାନ୍ଦିବାରୁ ଘଟଣାର ସମାଧାନ କରାଯିବ ବୋଲି ବୁଝାସୁଝା କରି ତାଙ୍କୁ ସେହିଠାରୁ ପଠାଇଦେଇଥିଲେ | ବିଷୋୟୀ କିନ୍ତୁ କୌଣସି ସୂଚନା ନ ପାଇବାରୁ ପୁଣି ଶିକ୍ଷୟତ୍ରୀ ନିଜ ସ୍ୱାମୀଙ୍କ ସହ ଜ଼ିଲ୍ଲା ଶୀକ୍ଷଧିକାରୀ ଙ୍କ କାର୍ଯ୍ୟାଳୟକୁ ଆସିଥିଲେ | କିରାଣୀ ସତ୍ୟନାରାୟଣ ବିଷୋୟୀ ଓ ଅନ୍ୟ କିରାଣୀ ତ୍ରିନାଥ ମହାନ୍ତିଙ୍କୁ ଦେଖା କରିଥିଲେ | ଏହି ସମୟରେ ଉଭୟ କିରାଣୀ କେଉଁଠାରେ ମଧ୍ୟ୍ୟ ସ୍ଥାନ ଖାଲି ନାହିଁ ବୋଲି କହିଥିଲେ | କିନ୍ତୁ ବିଷମକଟକ ବ୍ଲକର ଦୁର୍ଗୀ ଓ କାଶୀପୁର ଠାରେ ସ୍ଥାନ ଖାଲି ଅଛି ଓ ସେହିଠାରେ ଥଇଥାନ କରାଯିବ ବୋଲି କହିଥିଲେ | ଦୂର କୁ ନ ପଠାଇ ପାଖରେ ନିଯୁକ୍ତି ଦେବା ପାଇଁ ଶିକ୍ଷୟତ୍ରୀ ନିବେଦନ କରିଥିଲେ କିନ୍ତୁ କିରାଣୀ ଶ୍ରୀ ତ୍ରିନାଥ ମହାନ୍ତି ଅଳ୍ପ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ | ଏହା ପରେ ଶ୍ରୀ ମହାନ୍ତି ଶିକ୍ଷୟତ୍ରୀଙ୍କ ସ୍ୱାମୀଙ୍କୁ ଅଫିସ ବାହାରକୁ ଡାକି କଥା ବାର୍ତା ହୋଇ ଖର୍ଚ୍ଚ ପାଇଁ ୧୦ହଜାର ଟଙ୍କା ଶିକ୍ଷୟତ୍ରୀଙ୍କ ସ୍ୱାମୀଙ୍କ ଠାରୁ ନେଇଥିଲେ | ଟଙ୍କା ନେବାର କିଛି ଦିନ ପରେ ୨୯.୦୪.୨୦୧୯ରେ ଶିକ୍ଷୟତ୍ରୀଙ୍କୁ ପ୍ରୋସିଡ଼ିଙ୍ଗ ଅର୍ଡର ମିଳିଥିଲା | ସେଥିରେ ୨ଟି ଚାର୍ଜ ଫ୍ରେମ କରାଯାଥିଲା | ଘଟଣା ଠିକ ଭାବେ ତଦନ୍ତ କରା ନ ଯାଇ ଗୋଟିଏ ନିଲମ୍ବନରେ ଦୁଇଟି ଚାର୍ଜ ଫ୍ରେମ କିପରି କରାଯାଇଛି ବୋଲି ଶିକ୍ଷୟତ୍ରୀ ପ୍ରଶ୍ନ କରିଛନ୍ତି | ଏହି ବିଷୟ ନେଇ ପ୍ରଶ୍ନ କରିବାରୁ ତ୍ରୁଟି ମାର୍ଜନ ପାଇଁ ତାଙ୍କୁ ଡକାଯାଇଥିଲା ଓ ମେ ୧୨ତାରିଖରେ ସେ ଗୁଡାରି ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଯାଇଥିଲେ | ୧୫.୦୫.୨୦୧୯ରେ କିରାଣୀ ବିଷୋୟୀ ଶିକ୍ଷୟତ୍ରୀଙ୍କୁ ଫୋନ କରି ଘଟଣାଟି ବିସ୍ତୃତ ଭାବେ କହିବା ପାଇଁ କହିଥିଲେ | ଠିକ ଦୁଇ ଦିନ ପରେ ଅର୍ଥାତ ୧୭.୦୫.୨୦୧୯ରେ ପୁନର୍ବାର କିରାଣୀ ବିଷୋୟୀ ଫୋନ କରି ସ୍ଥାନ ଖାଲି ନାହିଁ ଓ ତାଙ୍କ ପରିବାର ଓ ସ୍ୱାମୀଙ୍କ ବିଷୟରେ ପଚାରି ବୁଝିଥିଲେ | ସେହିଦିନ ରାତ୍ରି ୧୦ଘଣ୍ଟା ସମୟରେ ବିଷୋୟୀ ଫୋନ କରି ଅଫିସ ବିଷୟରେ କଥା ହୋଇ ପରେ ଶାରୀରିକ ସମ୍ପର୍କ ସମ୍ବନ୍ଧିତ କଥା କହି ଇଂଗିତ କରିଥିଲେ |

ଏହି ଭଳି ଶିକ୍ଷୟତ୍ରୀଙ୍କୁ ବାରମ୍ବାର ଫୋନ କରି ଘରକୁ ଆସିବା ପାଇଁ କହିବା ସହ ଅଫିସରେ ସମସ୍ତ କଥା ବାର୍ତା ହୋଇପାରିବ ନାହିଁ ବୋଲି ସୂଚନା ଦେଇଥିଲେ | ୧୮.୦୫.୨୦୧୯ତାରିଖରେ ଶିକ୍ଷୟତ୍ରୀ ଜଣକ ନିଜ ସ୍ୱାମୀ ଓ ଝିଅଙ୍କ ସହିତ କିରାଣୀ ବିଷୋୟୀଙ୍କ ଘରକୁ ଯାଇଥିଲେ | ବିଶୋୟୀ ସେହିଠାରେ ଖରାପ ଇଙ୍ଗିତ କରିବାରୁ ଫେରି ଆସିଥିଲୁ ବୋଲି ଶିକ୍ଷୟତ୍ରୀ ଜଣଙ୍କ ଜ଼ିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି | ଜ଼ିଲ୍ଲାପାଳଙ୍କୁ ଅଭିଯୋଗରେ ଶିକ୍ଷୟତ୍ରୀ କହିଛନ୍ତି ଯେ ବାରମ୍ବାର ଏହିପରି ଅଶ୍ଲିଷ ଇଙ୍ଗିତ କରିବା ଓ ଏ ସବୁର କଥାବାର୍ତାଟି ରେକର୍ଡିଙ୍ଗ ତାଙ୍କ ନିକଟରେ ଥିବା ସେ କହିଥିଲେ | ଏହି ବିଷୟ ନେଇ ଜ଼ିଲ୍ଲା ଶୀକ୍ଷଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହାଙ୍କୁ ଜଣାଇବା ପରେ ମଧ୍ୟ୍ୟ କୌଣସି ସୁଫଳ ମିଳି ନ ଥିବା ଶିକ୍ଷୟତ୍ରୀ ଜ଼ିଲ୍ଲାପାଳଙ୍କୁ ଜଣାଇଛନ୍ତି | ଏହିଭଳି ଘଟଣା ବାହାରେ କିମ୍ବା ପୋଲିସକୁ ନ ଜଣାଇବା ପାଇଁ ମଧ୍ୟ୍ୟ ଜ଼ିଲ୍ଲା ଶିକ୍ଷାଧିକାରୀ ବରିହା କହିବା ସହ ଚାକିରୀରୁ ବହିଷ୍କାର କରାଯିବ ବୋଲି ଧମକ ଦେଇଛନ୍ତି ବୋଲି ଶିକ୍ଷୟତ୍ରୀ ଜଣଙ୍କ ଜ଼ିଲ୍ଲାପାଳଙ୍କୁ ଜଣାଇଛନ୍ତି | ଶାରୀରିକ ନିର୍ଯ୍ୟାତନା ମାମଲା ହୋଇଥିବାରୁ ମେ ୨୨ତାରିଖରେ ଅତିରିକ୍ତ ଜ଼ିଲ୍ଲା ଶିକ୍ଷାଧିକାରୀ ଆନେସ୍ଥେସିୟା କେରକେଟାଙ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା | ପ୍ରଥମ ଦିନ ତଦନ୍ତ ପରେ ପରବର୍ତ୍ତୀ ସମୟରେ କିରାଣୀ ବିଷୋୟୀଙ୍କୁ ଡାକି ପଚାରିବା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ତରଫରୁ ପ୍ରତିଶୃତି ଦିଆଯାଇଥିଲା ଓ ଶିକ୍ଷୟତ୍ରୀଙ୍କୁ ରାୟଗଡା ସହର ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ କତାପେଟା ଉଚ୍ଚବିଦ୍ୟାଳୟରେ ନିଯୁକ୍ତି ସହ ପ୍ରଧାନ ଶିକ୍ଷୟତ୍ରୀ ଦାଇତ୍ୱ ମଧ୍ୟ୍ୟ ଦିଆଯିବ ବୋଲି ଏକ ଲୋଭନୀୟ ପ୍ରତିଶୃତି ଦିଆଯାଇଥିଲା ବୋଲି ଶିକ୍ଷୟତ୍ରୀ ଜଣକ କହିଛନ୍ତି | ଠିକ ସେହି ସମୟରେ ସାଧାରଣ ନିର୍ବାଚନ ଥିବାରୁ ଆଚରଣବିଧି ଲାଗୁଥିବାରୁ ନିର୍ବାଚନ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜ଼ିଲ୍ଲା ଶୀକ୍ଷଧିକାରୀ ପ୍ରତିଶୃତି ଦେଇଥିଲେ କିନ୍ତୁ ନିର୍ବାଚନ ପରେ ଜ଼ିଲ୍ଲା ଶୀକ୍ଷଧିକାରୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଶ୍ରୀ ବିଷୋୟୀ ଙ୍କୁ ଚନ୍ଦ୍ରପୁର ବଦଳି କରି ମାମଲାକୁ ଦାବି ଦେବା ପାଇଁ ଚେଷ୍ଟା କରୁଥିବା ଶିକ୍ଷୟତ୍ରୀ ଅଭିଯୋଗ କରିଛନ୍ତି | ଶିକ୍ଷୟତ୍ରୀଙ୍କ ଠାରୁ ଘଟଣାର ସବିଶେଷ ଜାଣିବା ପରେ ଘଟଣାର ତଦନ୍ତ କରି ଜ଼ିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେଇଛନ୍ତି | ପୋଲିସ କିରାଣୀ ବିଷୋୟୀକୁ ଗିରଫ କରାଯାଇଛି ବୋଲି ରାୟଗଡା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିନା ଅସ୍ତ୍ରଶସ୍ତ୍ରରେ କରୋନା ଯୋଦ୍ଧା ସାଜିଛନ୍ତି ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର !!!

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୬/୦୭): ବିଶ୍ୱ ମହାମାରି କୋଭିଡ୍ - ୧୯ ମୁକାବିଲା କରିବା ପାଇଁ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଆୟୁଷ...

ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ପରେ କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୦୫/୦୭): କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଏହି ପଞ୍ଚାୟତର ଗଞ୍ଜେଇଗୁଡ଼ା, ବରଗାଁ,...

ପାଗଳଙ୍କ ଉନ୍ମତକାଣ୍ଡ ଲାଗି ଘର ଜଳିଲା, ୧୦ ଛେଳି ଜୀବନ ଗଲା

ରିପୋର୍ଟ: ଏନ ସନ୍ତୋଷ କୁମାର //ବୈପାରୀଗୁଡା (୦୬/୦୭): ପାଗଳ ପ୍ରକୃତି ବ୍ୟକ୍ତି ନିଜ ଘରକୁ ନିଜେ ନିଆଁ ଲଗାଇ ଜlଳିଦେଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

Recent Comments

%d bloggers like this: