ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ର ଆନ୍ଦୋଳନ ତୃତୀୟ ଦିନରେ

0
139
ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୯) : ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଗାଡି ମାଲିକ ମାନଙ୍କ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି ।

ଗତକାଲି ସହର ର ରୟାଲ ପଡିଆରୁ ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ର ସଦସ୍ୟମାନେ ଏକ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହିତ ଗତକାଲି ଠାରୁ ସହରରେ ଚାଲୁଥିବା ଟ୍ରାକ୍ଟର ଗୁଡିକ ବନ୍ଦ କରି ଦିଆଯାଇଛି ।

ସହରରେ ଘରୋଇ ଓ ସରକାରୀ ନିର୍ମାଣ ପାଇଁ ଟ୍ରାକ୍ଟର ଗୁଡିକ ବାଲି, ମେଟାଲ, ମୋରୁମ ଆଦି ଘର ତିଆରି ସାମଗ୍ରୀ ନେବା ଆଣିବା କରୁଛନ୍ତି । ହେଲେ ରାଜସ୍ୱ ଅଧିକାରୀମାନେ ଟ୍ରାକ୍ଟର ଗୁଡିକୁ ଜବତ କରି ମାତ୍ରାଧିକ ସରକାରୀ ଫାଇନ ଆଦାୟ କରୁଥିବା ଅଭିଯୋଗ ହେଉଛି । ସରକାରୀ ବାଲି ଘାଟରୁ ବାଲି ଆଣିଲେ ବି ଘାଟ ଠିକାଦାର ରୟାଲଟି ଟଙ୍କା ଆଦାୟ କରି ଆବଶ୍ୟକ ପରିବହନ ଅନୁମତି ଫର୍ମ ଓ ରୟାଲଟି ରସିଦ ଦେଉନାହିଁ । ସେପଟେ ବେଆଇନ ଓ ଚୋରୀ ବାଲି ନାଁରେ ରାଜସ୍ୱ ଅଧିକାରୀମାନେ ଟ୍ରାକ୍ଟର ଗୁଡିକୁ ଜବତ କରି ମନ ଇଚ୍ଛା ଫାଇନ ଆଦାୟ କରୁଛନ୍ତି ।

ଘାଟ ଠିକାଦାର ରସିଦ ଦେବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲେ ବି କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି । ଅନ୍ୟ ପଟେ କୋଟି କୋଟି ଟଙ୍କା ବ୍ୟାଙ୍କ ଋଣ କରି ବେକାରୀ ଯୁବକ ବା ନିରୀହ ଟ୍ରାକ୍ଟର ମାଲିକ (ବ୍ୟବସାୟୀ) ମାନଙ୍କ ଉପରେ ପ୍ରଶାସନ ଜୁଲୁମ କରିଆସୁଥିବା ଅଭିଯୋଗ କରିଛନ୍ତି ।