Friday, March 29, 2024

Top 5 This Week

Related Posts

ଜାତୀୟ ଇଂଜିନିୟରସ ଦିବସ ଜି.ଆଇ.ଇ.ଟି. ବିଶ୍ୱ ବିଦ୍ୟାଳୟରେ ପାଳିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୬/୦୯) : ଆଜି ସ୍ଥାନୀୟ ଜି.ଆଇ.ଇ.ଟି. ବିଶ୍ୱ ବିଦ୍ୟାଳୟ ପରିସରରେ ଭାରତ ର ପ୍ରଥମ ସିଭିଲ ଇଂଜିନିୟର ଏମ. ବିଶ୍ଵେଶ୍ଵର ରାୟ ଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଆଜି ଜାତୀୟ ଇଂଜିନିୟରସ ଦିବସ ପାଳିତ ହୋଇଯାଇଛି ।WhatsApp Image 2022 09 16 at 7.59.02 AM ଜାତୀୟ ଇଂଜିନିୟରସ ଦିବସ ଜି.ଆଇ.ଇ.ଟି. ବିଶ୍ୱ ବିଦ୍ୟାଳୟରେ ପାଳିତ

ଜାତୀୟ ଇଂଜିନିୟରସ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ସୋସାଇଟି ଫର ଟେକ୍ନିକାଲ ଏଜୁକେଶନର ଜାତୀୟ ପରିଷଦ ସଭ୍ୟ ଡ଼ଃ ମାନସ ରଞ୍ଜନ ସେନାପତି ଆଭାସି ମାଧ୍ୟମରେ ଯୋଗଦେଇ ସୋସାଇଟି ର କାର୍ଯ୍ୟକ୍ରମ ଓ ଛାତ୍ରଛାତ୍ରୀ ମାନଙ୍କ ଉନ୍ନତି ସକାଶେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ଡିନ ଡ଼ଃ ଏ.ବି. ଶ୍ରୀନିବାସ ରାଓ, ଡ଼ିନ ଏକାଡେମୀକସ ଡ଼ଃ ଏ.ଭି.ଏନ.ଏଲ. ଶର୍ମା ପ୍ରମୁଖ ଯୋଗଦେଇ ବର୍ତ୍ତମାନ ଇଂଜିନିୟର ମାନଙ୍କ ଉପଲବ୍ଧ ଏବଂ କାର୍ଯ୍ୟ ଦକ୍ଷତା ବିଷୟରେ କହିଥିଲେ ।WhatsApp Image 2022 09 16 at 7.59.03 AM ଜାତୀୟ ଇଂଜିନିୟରସ ଦିବସ ଜି.ଆଇ.ଇ.ଟି. ବିଶ୍ୱ ବିଦ୍ୟାଳୟରେ ପାଳିତ

ଏହି ଦିବସ ପାଳିତ ନିମନ୍ତେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଆଜି ସେହି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ରାଶି ସହ ମାନପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ସଭାରେ ବିଶ୍ୱବିଦ୍ୟାଳୟ ର ରେଜିଷ୍ଟ୍ରାର ଡ଼ଃ ଏନ.ଭି.ଜେ. ରାଓ, ସମସ୍ତ ବିଭାଗ ର ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ମାନସ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles