Related Contents

ବଂଶଧାରା ନଦୀ କୂଳରେ ପଥର ଆଡ଼ିବନ୍ଧ ନିର୍ମାଣ ପାଇଁ ଆଲୋଚନା

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୦୧/୦୯): ବଂଶଧାର ନଦୀର ଉଭୟ ପାର୍ଶ୍ୱରେ ଆଡ଼ିବନ୍ଧ ନିର୍ମାଣ ସକାଶେ ମନ୍ତ୍ରୀଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରିଙ୍କ ସହ ଆଲୋଚନା ହୋଇଯାଇଛି | ବଂଶଧାରା ନଦୀରେ ବନ୍ୟପାଣି ଆସିଲେ ନଦୀ ତଟବର୍ତୀ ଗ୍ରାମ ଗୁଡିକ ଆତଙ୍କିତରେ ରହୁଥିବା ଦେଖିବାକୁ ମିଳୁଛି ।

ବଂଶଧାରା ନଦୀରେ ଆଡିବନ୍ଧ ନିର୍ମାଣ ପାଇଁ ଦାବିପତ୍ର ବିଭିନ୍ନ ସମୟରେ ଦିଆଯାଇଥିଲା । ତେବେ ଗତକାଲି ଆଦିବାସୀ କଲ୍ୟାଣି ବିଭାଗମନ୍ତ୍ରୀ ଜଗନ୍ନାଥ ସାରକା, ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ଗୁଣପୁର ରଘୁନାଥ ଗମାଙ୍ଗ, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବିଭଗର ଉପଦେଷ୍ଟା ସୁଧୀରଦାସ, ମୋହନା ବିଧାୟକ, ଗୋଦାବରୀ ରାଉତ, ରଞ୍ଜିତ ପାଣିଗ୍ରାହୀ, ଗଗନ ଆଚାର୍ଯ୍ୟ, ଧୀରେନ୍ଦ୍ର ପାଣିଗ୍ରାହୀ, ଜ୍ୟୋତି ରଞ୍ଜନ ସାହୁ, ଜଗନ୍ନାଥ ନୁଁତୃକା ପ୍ରମୁଖ ଉପସ୍ଥିତ ଥିଲେ ।

ଜଳ ସଂପଦ ବିଭଗ ନିର୍ବାହୀ ଅଧିକାରୀ, ବନ୍ୟା ନିୟନ୍ତ୍ରଣ ବିଭାଗର ଅଧିକାରୀ ମାନେ ଥାଇ ଗୁଡାରି ଠାରୁ ଗଜପତି ପର୍ଯ୍ୟନ୍ତ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ନଦୀତଟ ବର୍ତୀ ଗ୍ରାମ ଗୁଡିକରେ ପଥର ପେକିଙ୍ଗ କରାଯିବି ବୋଲି ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅତିଶୀଘ୍ର ବଂଶଧାରା ନଦୀରେ ଆଡ଼ିବନ୍ଧ ନିର୍ମାଣ କରାଯିବ ବୋଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଆମକୁ କହିଥିଲେ ।

Comments are closed.