Thursday, March 28, 2024

Top 5 This Week

Related Posts

୨୨ ଲକ୍ଷ ଟଙ୍କା ର ଗଞ୍ଜେଇ ବୋଝେଇ କାର ଜବତ୍ : ମାଫିଆ ଫେରାର

ରିପୋର୍ଟ : ଶିବ ବିଶୋଇ
ଲମତାପୁଟ, (୧୬/୦୯) : ପୁଣି ଲମତାପୁଟ ପୋଲିସ କୁ ବଡ ସଫଳତା । ୨୨ ଲକ୍ଷ ଟଙ୍କା ର ଗଞ୍ଜେଇ ବୋଝେଇ କାର ଜବତ୍ ।

ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର SDPO ଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ବଡକିଚୋବ ନଦୀ ଘାଟ ରୁ କାର ସହ ବିପୁଳ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଏହି ଗଞ୍ଜେଇ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଡଙ୍ଗା ସାହାଯ୍ୟରେ ନଦୀ ପାର କରି ବଡକିଚବ ଘାଟରେ ବାହାର ରାଜ୍ୟରୁ ଆସିଥିବା ମାଫିଆ ଙ୍କୁ ଦେବା ଖବର ଥିଲା । ପୋଲିସ ଘାଟରେ ପହଞ୍ଚିବା ପୂର୍ବରୁ ଦ୍ରୁତ ଗତିରେ ଆସୁଥିବା କାର କୁ ଅଟକାଇ ଥିଲା । ପୋଲିସ କୁ ଦେଖି କାର ଛାଡ଼ି ଚମ୍ପଟ୍ ମାରିଥିଲେ ମାଫିଆ । କାର ରୁ ୯ଟି ବସ୍ତାରେ ୨୧୯ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏହାର ମୂଲ୍ୟ ୨୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଗାଡ଼ି ର ଚେଶିସ ଇଞ୍ଜିନ ନମ୍ବର କୁ ଭିତ୍ତି କରି ମାଲିକ ନାମରେ ମାମଲା ରୁଜ୍ଜୁ କରିଛି ପୋଲିସ ।

Popular Articles