Related Contents

ମୁରିବାହାଲ ବାର ଆସୋସିଏସନ ତରଫରୁ ବିଧାୟକଙ୍କୁ ସମ୍ବର୍ଧନା

ରିପୋର୍ଟ: ଭଗବାନ ମହାନ୍ତି/ ନିମାଇଁ ବଘାର
ମୁରିବାହାଲ(୦୧/୦୯): ମୁରିବାହାଲ ଓକିଲ ସଂଘ ସଭାପତି ବିଶ୍ୱ ନାରାୟଣ ବହିଦାରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଧନା କରିଥିଲେ | ଜେଏମଏଫସି କୋର୍ଟ ପାଇଁ ଶ୍ରୀ ସାଲୁଜାଙ୍କ ଅତୁଳନୀୟ ଅବଦାନକୁ ବର୍ଣନା କରିଥିଲେ | ସମ୍ପାଦକ ଜୟଦେବ ପୁରୋହିତ ତାଙ୍କ କାର୍ଯ୍ୟ ପଠନ କରିଥିଲେ |

ଶ୍ରୀ ସାଲୁଜା ଯେତେବେଳେ ଉପସଚେତକ ଥିଲେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପାଇଁ ୭ଟି କଲେଜ, ଚାଷୀ ମାନଙ୍କ ପାଇଁ ଠିକ ସମୟରେ ଫସଲ ବୀମା, ବ୍ୟାଙ୍କ ମାନଙ୍କୁ ତାଗିତ କରିବା, ଏସଟି ଏସ ସି ଛାତ୍ରଙ୍କ ପାଇଁ ଏଫିଡେଫିଟ ଉଚ୍ଛେଦ ଓକିଲ ମାନଙ୍କ ପାଇଁ ୱେଲଫାୟାର ଫଣ୍ଡ ବଢାଇବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ ସମ୍ପାଦକ | ସାଲୁଜା ତାଙ୍କ ବକ୍ତବ୍ୟରେ କହିଥିଲେ ମୁ ସବୁବେଳେ ଆପଣଙ୍କ ସାଙ୍ଗରେ ଅଛି | ନ୍ୟାୟାଳୟ ହେଲେ ଆପଣଙ୍କୁ ସୁବିଧାରେ ନ୍ୟାୟ ମିଳିପାରିବ | ବନବାହାଲ ପଂଚାୟତ ପ୍ରଥମେ ସଇଁତଳା ଥାନା ଅନ୍ତର୍ଗତ ଥିଲା | ଯାହାଫଳରେ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା | କିନ୍ତୁ ଏବେ ମୁରିବାହାଲ ଥାନା ଅନ୍ତର୍ଗତରେ ଅଣାଯାଇଥିବା ପ୍ରକାଶ କରିଥିଲେ | ଏହି ସମାରୋହରେ ବରିଷ୍ଠ ଓକିଲ କାଁହୁ ଚରଣ ବହିଦାର, ସମ୍ପାଦକ ଜୟଦେବ ପୁରୋହିତ, ବାଳକୃଷ୍ଣ ଦାସ, ସମ୍ଭୁପ୍ରସାଦ ଭୋଇ, କୁମାର ଚନ୍ଦ୍ର ଭୋଇ, ଜିତେନ୍ ହାତୀ, କୁଳମଣି ଲୁହା, ହୃଷିକେଶ ଭୋଇ, ରଶ୍ମିତା ମହାନନ୍ଦ, କୁମାର ଚରଣ ଖମାରି, ପ୍ରମୁଖ ଉପସ୍ଥିତ ଥିଲେ | ସୁଦାମ ଚରଣ ବଘାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଓ ପ୍ରଶାନ୍ତ କୁମାର ଲୁହା ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.