Related Contents

ଦେଶି ମଦରେ ଭାଷୁଛି ମୋହନଗିରି ଅଞ୍ଚଳ

ରିପୋର୍ଟ: ହିରୋଜ କୁମାର ସାହୁ
ମ.ରାମପୁର, କଳାହାଣ୍ଡି(୩୧/୦୮): ନୂଆଖାଇ ଆଉ ତିନିଦିନ ରହିଲା,ସମଗ୍ର ପଶ୍ଚିମ ଓଡ଼ିଶା ନୂଆଖାଇ ପର୍ବ ପାଳନ କରିବାପାଇଁ ଘରଦ୍ଵାର ଲିପାପୋଛା କରି ପ୍ରସ୍ତୁତ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରି ଅଞ୍ଚଳରେ ଖୋଲାମ ଖୁଲାମ ମଦ ବିକୁଥିବା କୋଠି ଵାଲା ମାନେ ମଧ୍ୟ କିଏ କେତେ ମଦ ବିକିବ ସେ ନେଇ ଲାଗି ପଡ଼ିଛନ୍ତି ସତେ ଯେମିତି ଏ ଅଞ୍ଚଳରେ ମଦର ବନ୍ୟା କରିଦେବେ |

ଏହି ଅଞ୍ଚଳରେ ପିଇବା ପାଣି ପଛେ କମ ପଡ଼ିଯିବ ହେଲେ ମହୁଲି ମଦର ଅଭାବ ନାହିଁ,କାରଣ ଆଗକୁ ନୂଆଖାଇ | ଏହି ଅଞ୍ଚଳରେ ଏକ ମାତ୍ର ସ୍ୱୀକୃତି ପ୍ରାପ୍ତ ମହୁଲି ମଦ ଭାଟି ଅଛି, କିନ୍ତୁ ତାରି ମଧ୍ୟରେ ଅନେକ ଜାଗାରେ ବାଲିଭଟା, ଦେଉଲିଶୁଲିଆ, ମୋହନଗିରି, ବିଜାମାଲ, କତୋବାହାଳି, ପଣ୍ଡାପଦର, ତେଜିପଡା, କୁଟରୁପଳା ଏବଂ ନିକଟସ୍ଥ ପଞ୍ଚାୟତ ମାଣିକେରା ର ଉପର ନୂଆଗାଁ, ଗଣ୍ଡପଦର, ପାଜିକେରି, ଟାପରେଙ୍ଗ ଭଳି ଅନେକ ଜାଗାରେ ବାହାରୁ ରନ୍ଧା ମଦ ଆଣି ବିକୁଛନ୍ତି । ଯେଉଁ ମଦକି ଅତ୍ୟାଧିକ ଆଲକୋହଲ ମିଶୁଛି ତାକୁ ପିଇ ଅଞ୍ଚଳର ପୁରୁଷ ଲୋକ ମାନେ ଦିନକୁ ଦିନ ଉତ୍ପାତ ହେବାରେ ଲାଗିଛନ୍ତି । କିନ୍ତୁ ପ୍ରତ୍ୟେକ ଗାଁ ରେ ଏଭଳି ବହାରିଆ ମଦ ଖୁଲାମ ଖୁଲା ବିକ୍ରି ହେଉଥିବାର ଅଞ୍ଚଳର ମହିଳା ମାନେ ବିରୋଧ କରୁଛନ୍ତି । କିନ୍ତୁ ମହିଳାଙ୍କ ଏଭଳି ବିରୋଧ ମଦ ବିକାଳି ମାନେ ସହ୍ୟ କରି ନ ପାରି ବିଭିନ୍ନ ପ୍ରକାର ଉତ୍ପାତ କରୁଛନ୍ତି ଯାହାର ପ୍ରତିଫଳନ ଘଟିଛି ଏକ ଘଟଣା କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଗ୍ରାପ ସ୍ଥିତ ବିଜାମାଲ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ | ଏହି ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଗାଧୁଆ ତୋଠାରେ ପଡିଛି ବିଷ୍ଟା ବା କେହିଜଣେ ଆସି ଝାଡ଼ା ଫେରିଦେଇଛି ।

ଅଙ୍ଗନବାଡ଼ି କେନ୍ଦ୍ରର କାନ୍ଥ ଏବଂ ତାଲାରେ ଲାଗିଛି ବିଷ୍ଟା , ତେଣୁକରି ଅଙ୍ଗନ ବାଡ଼ିରେ ଆଜି ଛୋଟ ଛୋଟ ଶିଶୁଙ୍କର ପାଠ ପଢ଼ା ଗୋଟିଏ ଗଛ ମୂଳରେ ହୋଇଥିଲା | ଏହା ସତେ ଯେମିତି ଆମ ଓଡ଼ିଶା ପାଇଁ ଏକ ଲଜ୍ଜା ଜନକ ଖବର ପାଲଟିଛି | ଏହି ଅଞ୍ଚଳରେ କିଏ ଲଗେଇଛି କାରଣ ଅସ୍ପଷ୍ଟ ଥିବାବେଳେ ଗ୍ରାମର ଲୋକଙ୍କ ସନ୍ଦେହ ତାଙ୍କରି ଗ୍ରାମର ଦୁଇଜଣ ବୋଲି ମତ ପ୍ରକାଶ କରିଛନ୍ତି । ଗତ ୨୮ .୦୮ .୨୦୧୯ ରିଖରେ ଏହି ଗ୍ରାମର ଅଙ୍ଗନବାଡ଼ି ଏବଂ ଏସଏଜଜି ମହିଳାଙ୍କ ଦ୍ୱାରା ଏକ ମଦବିରୋଧ ଆନ୍ଦୋଳନ ଚାଲିଥିଲା | ତାଙ୍କରି ଗାଁର ଦୁଇଜଣ ବ୍ୟକ୍ତି ମଦ ବିକୁଥିଲେ ତେଣୁ ତାଙ୍କୁ ଗାଁର ମହିଳା ମାନେ ବିରୋଧ କରିଥିଲେ ଏବଂ ଲିଖିତ ଆକାରରେ ମୋହନଗିରି ପୋଲିସ ଫାଣ୍ଡିକୁ ଜଣାଇଥିଲେ | ତେଣୁ ସେହି ଦୁଇଜଣ ମଦ ବିକାଳି ହିଁ ଏହି କାମ କରିଥିବେ ବୋଲି ଗାଁର କିଛି ମହିଳା ସନ୍ଦେହ କରିକହିଛନ୍ତି । ସେ ପଟେ ଏଭଳି ଏକ ଘଟଣାକୁ ଗ୍ରାମବାସୀ ଯାଇ ମୋହନଗିରି ଫାଣ୍ଡିରେ ଅଭିଯୋଗ କରିଥିଲେ ଏବଂ ଅଞ୍ଚଳରୁ ମଦକୁ ସମ୍ପୁର୍ଣ ବନ୍ଦ କରିବାପାଇଁ କହିଥିଲେ କିନ୍ତୁ ମୋହନଗିରି ଫାଣ୍ଡି ଅଧିକାରୀ ସମସ୍ତଙ୍କର ସାହାଯ୍ୟରେ ଏହା ହୋଇପାରିବ ବୋଲି ପ୍ରତିଶୃତି ଦେଇଛନ୍ତି | କିନ୍ତୁ ମହିଳାମାନେ ତାକୁ ଖଣ୍ଡନ କରି ବାରମ୍ବାର ମଦ ବିକ୍ରି ହେଉଥିଲେ ହେ ପୋଲିସ ନିରବ ରହୁଥିବା କଥା ପ୍ରକାଶ କରିଛନ୍ତି |

Comments are closed.