ଅହିଂସା ରଥ ର ସ୍ଵାଗତ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
261
ଅହିଂସା ରଥ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା (୧୫/୯) : ରାୟଗଡ଼ା ବ୍ଲକ ସଦଭାବନା ସଭା ଗୃହ ଠାରେ ଅହିଂସା ରଥ ର ସ୍ଵାଗତ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।ଅହିଂସା ରଥ

ଅହିଂସା ରଥ ର ସ୍ଵାଗତ କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ ଶତପଥୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସସ୍ମିତା ବାଉରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜାଜ୍ଞସେନୀ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ରାୟଗଡ଼ା ବି ଡି ଓ ଲକ୍ଷ୍ମୀନାରାୟଣ ସାବତ, ଏ ବି ଡି ଓ କାଲୁ ଚରଣ ନାୟକ, ଜେମାଦେଇପେଣ୍ଠ ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସୁବୁଦ୍ଧି, ଏ ବି ଇ ଓ ଛବିଲାଲ ସିଂ, ସି ଡି ପି ଓ ମୀନାକ୍ଷୀ ଦାଶ, ଜିପିଇଓ ଗୋପାଳ ପଣ୍ଡା ତଥା ଜୀବିକା ମିଶନ, ମିଶନ ଶକ୍ତି, ରାୟଗଡ଼ା ପୌରପାଳିକା ର କର୍ମକର୍ତ୍ତା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ଦିନ ଦୁଇଟି ଅହିଂସା ରଥ କୋରାପୁଟ ଠାରୁ ବାହାରି ରାୟଗଡ଼ା ଜିଲ୍ଲା ପ୍ରବେଶ କରିବେ । ପ୍ରଥମ ଦିନ ଗୋଟିଏ ରଥ ଟିକିରି, କାଶିପୁର, କଲ୍ୟାଣସିଂହପୁର ବ୍ଲକ୍ ଓ ଦ୍ଵିତୀୟ ରଥ ସାନ କୁଟୁଳି, କୁମ୍ଭିକୋଟା ଓ ଗୁମ୍ମା ଦେଇ ରାୟଗଡ଼ ପହଞ୍ଚିବ । ରାସ୍ତାରେ ଅହିଂସା ରଥ ର ସାଦର ସମ୍ମାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ରହିଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ରାୟଗଡ଼ା ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ରଥ ର ସସମ୍ମାନ ସ୍ଵାଗତ କରିବା ସହ ସହର ପରିକ୍ରମା ଓ ଅଶୋକ କଲ୍ୟାଣ ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ଏହି ରଥ କେରେଡ଼ା ଅଭିମୁଖେ ଯାତ୍ରା କରି ଅହିଂସା ର ବାର୍ତ୍ତା ବହନ କରିବ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ।WhatsApp Image 2022 09 15 at 8.33.32 PM 1 ଅହିଂସା ରଥ ର ସ୍ଵାଗତ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପ୍ରକାଶ ଥାଉ କି ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ଅହିଂସା ରଥ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାଧୀନତା ଦିବସ ଅବସରରେ ଉଦ୍ଘାଟିତ ହୋଇ ରାଜ୍ୟ ର ବିଭିନ୍ନ ଜିଲ୍ଲା ପରିକ୍ରମା କରିବା ସହ ଅହିଂସାର ଓ ସମୃଦ୍ଧି ର ବାର୍ତ୍ତା ବହନ କରି ଜନସଚେତନତା ସୃଷ୍ଟି କରି ଆସୁଅଛି । ଏହା ରାୟଗଡ଼ ଜିଲ୍ଲାରେ ୧୭ ଠାରୁ ୧୯ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ସମସ୍ତ ବ୍ଲକ୍ ଓ ପୌରାଞ୍ଚଳ ବୁଲି ବ୍ୟାପକ ସଚେତନତା ସୃଷ୍ଟି କରିବ । ସଚେତନତା ରଥ ର ସ୍ଵାଗତ ନିମନ୍ତେ ଜିଲ୍ଲାବାସୀ ଗଭୀର ଆଗ୍ରହ ପ୍ରକାଶ କରିଥିବା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରକାଶ କରିଛନ୍ତି ।