Friday, March 29, 2024

Top 5 This Week

Related Posts

ସପ୍ତାହ ମଧ୍ୟରେ ଦାବୀ ପୂରଣ ନହେଲେ ଆନ୍ଦୋଳନର ଧମକ : ବଣିକ ସଙ୍ଘ

ରିପୋର୍ଟ : ନରତ୍ତମ ପାଢୀ
ମୁନିଗୁଡ଼ା, (୧୫/୦୯) : ବ୍ୟବସାୟୀକ ନଗରୀ ମୁନିଗୁଡା ର ମୁଖ୍ୟ ସଡକ ର ସ୍ଥାୟୀ ସୁଧାର ଓ ଅସ୍ଥାୟୀ ବସଷ୍ଟାଣ୍ଡ ବ୍ୟବସ୍ଥା ସପ୍ତାହ ମଧ୍ୟରେ ସମାଧାନ କରାନଗଲେ ମୁନିଗୁଡା ବଣିକ ସଙ୍ଘ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବାକୁ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ଚେତାବନୀ ଦିଆଯାଇଛି ।

ସପ୍ତାହ ମଧ୍ୟରେ ଦାବୀ ପୂରଣ ନହେଲେ ଆନ୍ଦୋଳନ ର ଧମକ । ପ୍ରକାଶ ଥାଉକି ବର୍ତ୍ତମାନ ମୁଖ୍ୟ ରାସ୍ତାରେ ବସ ମାନେ ରହୁଥିବାରୁ ଟ୍ରାଫିକ ସମସ୍ୟା ବହୁ ଗୁଣ ବଢ଼ି ଯାଇଛି । ପୁରୁଣା ଓ ନିର୍ମାଣାଧୀନ ବସଷ୍ଟାଣ୍ଡ ସାମନା ମୁଖ୍ୟ ରାସ୍ତା ଅସ୍ଥାୟୀ ବସଷ୍ଟାଣ୍ଡରେ ପରିଣତ ହୋଇଛି । ମୁନିଗୁଡା ଅଞ୍ଚଳ ଦେଇଯାଇଥିବା ମୁନିଗୁଡା-ଭବାନୀପାଟଣା ଏବଂ ମୁନିଗୁଡା-ବାଲିଗୁଡା ମୁଖ୍ୟ ରାଜରାସ୍ତା ର ଦୁରାବସ୍ଥା, ଡ୍ରେନେଜ ସମସ୍ୟା, ବସାଷ୍ଟାଣ୍ଡ ର ଅଚଳାବସ୍ଥାକୁ ନେଇ ଅସ୍ଥାୟୀ ବସଷ୍ଟାଣ୍ଡ ବ୍ୟବସ୍ଥା କରିବାକୁ ବିଭିନ୍ନ ସମୟରେ ମୁନିଗୁଡା ବଣିକ ସଙ୍ଘ, ମୁନିଗୁଡା ବିକାଶ ପରିଷଦ, ମୁନିଗୁଡା ପ୍ରେସ କ୍ଲବ ତରଫରୁ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ମୌଖିକ ଓ ଲିଖିତଭାବେ ଗୁହାରୀ କଲାପରେ ମଧ୍ୟ ତାହା ଖାଲି ଫମ୍ପା ପ୍ରତିଶ୍ରୁତିରେ ସୀମିତ ରହିଗଲା ସିନା କାର୍ଯ୍ୟକାରୀ ହେଲା ନାହିଁ ।

ଏଣୁ ମୁନିଗୁଡା ବଣିକ ସଙ୍ଘ ଜିଲ୍ଲା ଓ ବ୍ଲକ ପ୍ରଶାସନର ମୁନିଗୁଡା ପ୍ରତି ଚରମ ଅବେହେଳାରେ ବିସ୍ମିତ ହେବା ସହ ଆଗାମୀ ସପ୍ତାହ ମଧ୍ୟରେ ରାସ୍ତାଘାଟ, ଡ୍ରେନେଜ ଓ ଅସ୍ଥାୟୀ ବସାଷ୍ଟାଣ୍ଡ ର ବ୍ୟବସ୍ଥା ନକଲେ ସହଭାଗୀ ସଙ୍ଘ ଓ ଅନୁଷ୍ଠାନ ମାନଙ୍କ ସହାୟତାରେ ଆନ୍ଦୋଳନ କରିବା ପାଇଁ ରାଜରାସ୍ତାକୁ ଓହଲ୍ଲାଇବ ବୋଲି ଲିଖିତ ଭାବେ ମୁନିଗୁଡା ବ୍ଲକ ପ୍ରଶାସନକୁ ଜଣାଇ ଦେଇଛି । ଏହି ଲିଖିତ ପତ୍ରକାର କପି ଜିଲ୍ଲାପାଳ ରାୟଗଡା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ତହସିଲଦାର ଓ ମୁନିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ।

ଏ ବିଷୟକୁ ନେଇ ବଣିକ ସଂଘ ର ସଭାପତି ଚିନ୍ତାମଣି ସାହୁ କହିଛନ୍ତି ଯେ ଆମ୍ଭେ ମୁନିଗୁଡାବାସୀ ଅନେକ ସମସ୍ୟା ଭିତରେ ଗତି କରୁଛନ୍ତି । ତା’ ମଧ୍ୟରୁ ମୁନିଗୁଡା ରାସ୍ତାଘାଟ, ଡ୍ରେନେଜ ଓ ବସଷ୍ଟାଣ୍ଡ ସମସ୍ୟାକୁ ନେଇ ଆମେ ଜିଲ୍ଲାପାଳଙ୍କ ଠାରୁ ମନ୍ତ୍ରୀ ଓ ବ୍ଲକ ପ୍ରସାଶନ ସମସ୍ତଙ୍କୁ ଜଣାଇ ଜଣାଇ ନୟାନ୍ତ ହେଲୁଣି କେହି ଶୁଣୁ ନାହାଁନ୍ତି । ଏଣୁ ସମସ୍ୟା ର ସମାଧାନ ନହେଲେ ବାଧ୍ୟ ହୋଇ ଆନ୍ଦୋଳନ ର ରାସ୍ତା ଆପଣେଇବୁ ।

Popular Articles