Related Contents

ଗୁଡାରି ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଲୋକନାଥ ସାହୁ
ଗୁଡାରି(୨୯/୦୮): ଆଜି ଦିନ ୧୧ଘଣ୍ଟା ସମୟରେ ଗୁଡାରି ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଯୋଗଦେଇ ଉଦ୍ଘାଟନ କରିଥିଲେ | ରକ୍ତଦାନ ଶିବିରରେ ରକ୍ତ ଦେବା ପାଇଁ କିଛି ସ୍ବେଛାସେବୀ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା |

ଉଦ୍ଘାଟନ ସମୟରେ ବିଧାୟକ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ତରଫରୁ ସମସ୍ତ କର୍ମୀଙ୍କ ସହଯୋଗରେ ଏପରି ଏକ ରକ୍ତଦାନ ଶିବିର ହୋଇଥିବାରୁ ପ୍ରଶଂସା କରିଥିଲେ | ରକ୍ତ ଦାନ ମହତ ଦାନ ଓ ମହା ପୁଣ୍ୟ ଯାହା କି ସମସ୍ତେ ଜାଣନ୍ତି | ଏହି ରକ୍ତ ରୋଗୀଙ୍କୁ ଆବଶ୍ୟକତା ହେଲେ ଜରୁରୀ କଲିଂ ପରିସ୍ଥିତିରେ ମାଗଣା ଦିଆଯିବ ଓ ଏ ରକ୍ତରେ ଜଣକର ଜୀବନ ବଂଚିପାରିବ ବୋଲି ପ୍ରକାଶ କରିଥିଲେ | ଆଜି ପ୍ରାୟ ୪୦ ୟୁନିଟ ରୁ ୫୦ ୟୁନିଟ ରକ୍ତ ରଙ୍ଗ୍ରହା କରାଯିବାର ବ୍ୟବସ୍ଥା କରାଯାଇଛି |

ଏହି ସମୟରେ ସାମ୍ବାଦିକ ମାନେ ଗୁଡାରି ରେ ଗୋଟିଏ ରକ୍ତ ଭଣ୍ଡାର ଖୋଲିବା ସହ ମେଡ଼ିସିନ ସ୍ପେସାଲିଷ୍ଟ ଓ ଜ୍ଞାନିକ ସ୍ପେସାଲିଷ୍ଟ ଜଣେ ଡାକ୍ତର ନିହାତି ଜରୁରୀ ବୋଲି ବିଧାୟକଙ୍କୁ ଅନୁରୋଧ କରିଥିଲେ | ଏହି ଦାବିରେ ବିଧାୟକ ଭବିଷ୍ୟତରେ ନିଶ୍ଚୟ ସରକାରଙ୍କ ସହ କଥା ହୋଇ ପୁରାଣ କରିବାକୁ ପ୍ରତିଶୃତି ଦେଇଥିଲେ |

Comments are closed.