Friday, March 29, 2024

Top 5 This Week

Related Posts

ଅସହ୍ୟ ହେଲା ଋଣ ବୋଝ : ବିଷ ପିଇଦେଲେ ଚାଷୀ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କାମାକ୍ଷାନଗର, (୧୫/୦୯) : ଅସହ୍ୟ ହେଲା ଋଣ ବୋଝ । ଆଉ ସହିପାରିଲେନି ଶେଷରେ ବିଷ ପିଇ ଜୀବନ ହାରିଲେ ଚାଷୀ । ଏଭଳି କିଛି ଅଭିଯୋଗ ଆସିଛି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭୁବନ ଥାନା ଅନ୍ତର୍ଗତ ବାସୁଦେଇପୁର ଗାଁରେ ।

୫୮ ବର୍ଷୀୟ ଜଗନ୍ନାଥ ମହାପାତ୍ର ଜଣେ ଭାଗ ଚାଷୀ ରୂପେ କାମ କରୁଥିଲେ । ଅନ୍ୟର ଜମିରେ କାମ କରି ସେ ନିଜ ପରିବାର ପୋଷନ୍ତି । ଘରେ ସ୍ତ୍ରୀ ସନ୍ଧ୍ୟାରାଣୀଙ୍କ ସହ ଦୁଇ ଝିଅ ଓ ପୁଅକୁ ନେଇ ତାଙ୍କ ପରିବାର । ହେଲେ ୩ ରୁ ୪ ବର୍ଷ ପୂର୍ବେ ଜଗନ୍ନାଥଙ୍କ ବ୍ରେନ ହାମ୍‌ରେଜ୍‌ ହୋଇଥିଲା । ତାଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ବ୍ୟାଙ୍କ ଋଣ ଓ ହାତ ଉଧାରି କରଜ କରି ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାମୀକୁ ଭଲ କରିଥିଲେ । ତେବେ ଭଲ ହେବା ପରେ ଅସହ୍ୟ ହେଲା ଏହି ଋଣ ଭାର । ବୁଧବାର ସକାଳେ ସେ କୀଟନାଶକ ପିଇ ଦେଇଥିଲେ ।

ଏହା ଦେଖି ପରିବାର ଲୋକେ ତାଙ୍କୁ ତୁରନ୍ତ ଭୁବନ ମେଡିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ । ତେବେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସମ୍ପର୍କରେ ଭୁବନ ଥାନାରେ ଅଭିଯୋଗ ପରେ ମେଡିକାଲରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଥିବା ଜଣାପଡିଛି ।

Popular Articles