ଛତର ଯାତ୍ରା ପାଇଁ ଟ୍ରେନ ଯୋଗେ ବିକ୍ରି ପାଇଁ ଯାଉଥିଲେ “ପାରା” , ବଲାଙ୍ଗୀର ରେଲୱେ ପୋଲିସ ଉଦ୍ଧାର କଲା ୫୦୦ପାରା

ରିପୋର୍ଟ: ଭୋଜରାଜ ବାରିହା
ବଲାଙ୍ଗୀର(୩୧/୦୮): ବଲାଙ୍ଗୀର ରେଲୱେ ବିଭାଗର ଆର.ପି.ଏଫ ଉଦ୍ଧାର କରିଛି ୫୦୦ପାରା । ତେବେ ସୂଚନା ଅନୁସାରେ ଟ୍ରେନ ୧୮୦୦୫ ସମଳେଈଶ୍ୱରୀ ଯୋଗେ ୫୦୦ ପାରା ଚାଲାଣ ହୋଇ ବିକ୍ରି ପାଇଁ ଯାଉଥିଲା । ଯାହାକୁ ନେଇ ବଲାଙ୍ଗୀର ଆରପିଏଫ ଉଦ୍ଧାର କରିଛି ସବୁ ପାରାଙ୍କୁ | ଏବଂ ପ୍ରଥମେ ସମ୍ବଲପୁର ଯୋନ ରେଳ ବିଭାଗ ଖବର ପାଇଥିଲା । ଯେଉଁଥିରେ ହାୱଡା ଜଗଦଲପୁର (କୋରାପୁଟ) ଏକ୍ସପ୍ରେସରେ ବେଆଇନ ଭାବରେ ପାରା ଚାଲାଣ ହେଉଥିବା ନେଇ ଟ୍ରେନରେ ଥିବା ପେସେଞ୍ଜର ଅଭିଯୋଗ କରିଥିଲେ ।

ଯାହାକୁ ପରେ ବଲାଙ୍ଗୀର ରେଳ ଷ୍ଟେସନ ଠାରେ ଆରପିଏଫ ପକ୍ଷରୁ ସବୁ ପାରାକୁ ଜବତ କରାଯାଇଥିଲା । ଏବଂ ଚାଲାଣ କରୁଥିବା ବେପାରୀଙ୍କୁ ଅଟକ ରଖାଯାଇ ତଦନ୍ତ ପ୍ରକିୟା ଜାରି ରଖିଛି ଆରପିଏଫ ବିଭାଗ । ବେପାରୀ ଜଣକ ପଶ୍ଚିମବଙ୍ଗ ଉଳବେରିଆ ଅଞ୍ଚଳରୁ କଳାହାଣ୍ଡିକୁ ପାରା ସବୁକୁ ନେଉଥିବା ପ୍ରକାଶ କରିଛି । ଏମାନେ ଧର୍ମଗଡ଼ ଥାନା ଅନ୍ତର୍ଗତ ତମ୍ବାଚଡ଼ା ଗ୍ରାମର ଦୁଇଜଣ ଯିଏକି ହେଲେ ଧନିରାମ ଦୁର୍ଗା ଓ ନନ୍ଦକିଶୋର ଦୁର୍ଗା | ତେବେ ଏମାନଙ୍କୁ ଆରପିଏଫ ପୋଲିସ ବନବିଭାଗକୁ ହସ୍ତାନ୍ତର କରିଛି । ଏବଂ ବନବିଭାଗ କେଶ ନ ଓଆର: ୧୧୬/୧୯,୨୦ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଏବଂ ଉଦ୍ଧାର ହୋଇଥିବା ୫୦୦ ପାରାଙ୍କୁ ଜଙ୍ଗଲରେ ଛାଡ଼ି ଦିଆ ଯାଇଛି । ତେବେ ପ୍ରଥା ପରମ୍ପରା ଅନୁସାରେ ଆଗକୁ କଳାହାଣ୍ଡି ଜିଲ୍ଲାର ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରାର ପୂଜାର୍ଚ୍ଚନାରେ ଏହି ପାରା ଉଡାଉଥିବାର ପ୍ରଥା ରହିଛି ବୋଲି ଜଣାପଡିଛି ।

Comments are closed.