କୋଇଲିସୂତା ସରକାରୀ ପ୍ରାଥମିକ ବିଦ୍ୟାଳୟରେ “ଫୁଲଝରି” କାର୍ଯ୍ୟକ୍ରମ ଅନୁଷ୍ଠିତ

0
132
କୋଇଲିସୂତା ସରକାରୀ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୪/୦୯) : କୋଇଲିସୂତା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଫୁଲଝରି” ଏକ ଅନ୍ତଃ ପ୍ରତିଭା ର ସ୍ୱର କୁନି ଛାତ୍ର ଛାତ୍ରୀଙ୍କ ଭିତରେ ଥିବା ପ୍ରତିଭା କୁ ବିକଶିତ କରିବା ପାଇଁ ଅନୁଷ୍ଠିତ ହୋଇଥିଲା ।WhatsApp Image 2022 09 14 at 7.01.24 PM କୋଇଲିସୂତା ସରକାରୀ ପ୍ରାଥମିକ ବିଦ୍ୟାଳୟରେ "ଫୁଲଝରି" କାର୍ଯ୍ୟକ୍ରମ ଅନୁଷ୍ଠିତ

ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ଆଞ୍ଚଳିକ ସାଧନା କେନ୍ଦ୍ର ରାମଗଡ ର ସଂଯୋଜକ (CRCC) ସୁବାଷ ଚନ୍ଦ୍ର ବିଶି ଙ୍କ ତତ୍ତ୍ୱାବଧାନରେ ଆଜି ରାମଗଡ ପଞ୍ଚାୟତ କୋଇଲିସୂତା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିଲା । ସ୍କୁଲ ର କୁନିକୁନି ଛାତ୍ରଛାତ୍ରୀ ମାନେ ନାଚ, ଗୀତ ମାଧ୍ୟମରେ ନିଜ ନିଜର ଅନ୍ତଃ ନିହିତ ପ୍ରତିଭାକୁ ଏହି କାର୍ଯ୍ୟକ୍ରମ ଦେଖାଇଥିଲେ । ସମସ୍ତକଙ୍କ ଉପସ୍ଥିତରେ ପ୍ରତିଭା ବାନ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ରାଘବ ବେହେରା, ସହକାରୀ ଶିକ୍ଷକ, ସ୍କୁଲ ଅଭିଭାବକ କମିଟି ସଭାପତି ଓ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ ।