Friday, March 29, 2024

Top 5 This Week

Related Posts

ନାଗାବଳୀ ନଦୀରେ ନିଖୋଜ ପାଞ୍ଚ ବର୍ଷ ର ଶିଶୁର ମୃତଶରୀର ଉଦ୍ଧାର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୪/୯) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ପଞ୍ଚାୟତ ର କୃଷ୍ଣପାତ୍ରଗୁଡା ଗାଁ ର ବିରେନ୍ଦ୍ର ନିସିକାଙ୍କ ଏକ ମାତ୍ର ପାଞ୍ଚ ବର୍ଷ ର ଶିଶୁପୁତ୍ର ଧର୍ମେସ ନିସିକା ନାଗାବଳୀ ନଦୀରେ ନିଖୋଜ ହୋଇଯାଇଥିଲା ।WhatsApp Image 2022 09 14 at 6.43.39 PM 1 ନାଗାବଳୀ ନଦୀରେ ନିଖୋଜ ପାଞ୍ଚ ବର୍ଷ ର ଶିଶୁର ମୃତଶରୀର ଉଦ୍ଧାର

ଆଜି ପୁଲିସ ତା’ର ମୃତ ଶରୀର ଉଦ୍ଧାର କରି ଅପମୃତ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି । ପୁଲିସ କହିବା ଅନୁଯାୟୀ ଗତ କାଲି ୩.୩୦ ମିନିଟ ସମୟରେ କୃଷ୍ଣପାତ୍ରଗୁଡା ଗାଁ ର ପୂଜାରିଗୁଡା ନଦୀ ଘାଟ ନିକଟରେ ତିନି ଜଣ ଶିଶୁ ଖେଳିବା ସମୟରେ ଧର୍ମେସ ନିସିକା (୫) ଙ୍କ ଗୋଡ ଖସିବାରୁ ନାଗାବଳୀ ନଦୀରେ ଭାସିଯାଇଥିଲା ।

ଅନ୍ୟ ଦୁଇ ସାଙ୍ଗରେ ଆସିବାରୁ ଆଇ ବୁଢୀ ଦେଖି ଧର୍ମେସ କାହିଁ ବୋଲି ପଚାରିଥିଲେ । ସେ ନଦୀରେ ଭାସି ଯାଉଛି ବୋଲି କହିବାରୁ ସଙ୍ଗେ ସଙ୍ଗେ ପରିବାର ଓ ଗ୍ରାମବାସୀ ଙ୍କୁ ଖବର ଦେଇଥିଲେ । ଏହି ଖବର ଶୁଣି ପରିବାର ଓ ଗ୍ରାମବାସୀ ମିଳିତରେ ବହୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନ ପାଇବାରୁ ଅଗ୍ନିଶମ ବିଭାଗ ଓ ଥାନାକୁ ସୂଚନା ଦେଇଥିଲେ । ନଦୀରେ ଅଗ୍ନିଶମ ବିଭାଗ ର କର୍ମଚାରୀ ବହୁତ ଖୋଜା ଖୋଜି କରିଥିଲେ ସୁଦ୍ଧା ରାତ୍ର ହୋଇଯିବାରୁ ଚାଲିଯାଇଥିଲେ । କିନ୍ତୁ ପରିବାର ଓ ଗ୍ରାମ ର କିଛି ଲୋକମାନେ ରାତି ତମାମ ନଦୀ ନଦୀରେ ଖୋଜି ଖୋଜି ଯିବା ବେଳେ ଆଜି ସକାଳୁ କତାଗୁଡା ନଦୀ ଘାଟ ମଝି ବଳିରେ ଶବ ଲାଗିଥିବା ଦେଖିଥିଲେ । ଏହାକୁ ଦେଖି ପୁଲିସ ଓ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ ।

ଘଟଣା ସ୍ଥଳରେ ପୁଲିସ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ଏସ.ଆଇ. ଶିଵ ପ୍ରସାଦ ସାହୁ ଓ ଅଗ୍ନିଶମ ଅଧିକାରୀ ବଳରାମ ବେହେରା ତାଙ୍କ ଦଳ ପହଞ୍ଚି ଶିଶୁ ର ମୃତ ଦେହ ଉଦ୍ଧାର କରିଥିଲେ । ପୁଲିସ ଏସ.ଆଇ. ଶିବ ସାହୁ ଶବ ଜବତ କରି କେସ ନମ୍ବର ୧୦/୧୩.୯.୨୨ ରେ ଅପମୃତ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲେ । ଘଟଣା ର ତଦନ୍ତ ଚଲାଇଛନ୍ତି । ଉକ୍ତ ବିରେନ୍ଦ୍ରଙ୍କ ଏକ ମାତ୍ର ୫ ବର୍ଷ ର ପୁଅ ହୋଇଥିବାରୁ ଗ୍ରାମରେ ଶୋକ ର ଛାୟା ଖେଳିଯାଇଛି ।

Popular Articles