Friday, March 29, 2024

Top 5 This Week

Related Posts

ବନବାସୀ ସେବା ସମିତି ର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା, (୧୪/୦୯) : କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଏବଂ ଅନୁଷ୍ଠାନ ର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ଜନ୍ମଦିନ ପାଳନ ନିମନ୍ତେ ଅନୁଷ୍ଠାନ ର ପୁରାତନ ଛାତ୍ରଛାତ୍ରୀ ଏବଂ ଗୁରୁଜୀ, ଗୁରୁମା ମୁଖ୍ୟ କାର୍ଯ୍ୟାଳୟ ର ସମସ୍ତ ପଦାଧିକାରୀଙ୍କ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନ ର ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ବନବାସୀ ସେବା ସମିତି ର ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବ ନଭେମ୍ବର ମାସ ୯, ୧୦ ଓ ୧୧ ତାରିଖ ତିନିଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ବିଷୟରେ ଆଲୋଚନା କରାଯାଇଥିଲା । ଉକ୍ତ ଆଲୋଚନାରେ ୧୬୦ ରୁ ଉର୍ଦ୍ଧ ଅନୁଷ୍ଠାନର ପୂର୍ବତନ ତଥା ପୁରାତନ ଛାତ୍ରଛାତ୍ରୀ କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ମୟୁରଭଞ୍ଜ ତଥା ନବରଙ୍ଗପୁର ଜିଲ୍ଲାରୁ ଯୋଗଦେଇଥିଲେ । ଏହା ଛଡା ଅନୁଷ୍ଠାନ ର ଏକ ସ୍ଥାୟୀ ଛାତ୍ର ସଂସଦ ଗଠନ ନିମନ୍ତେ ପ୍ରସ୍ତାବ ରଖାଗଲା । ଏହା “ବିଶ୍ୱନାଥ (ଆଜ୍ଞା) ପୂର୍ବତନ ଛାତ୍ର ସଂସଦ” ନାମରେ ନାମିତ କରାଗଲା ।

ଏହା ବ୍ୟତୀତ ସଂସଦ ର ସଭାପତି ଭାବେ ତପନ କୁମାର ଦିଗାଲ, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ରମେଶ ଶବର, ରାୟଗଡ଼ା ଜିଲ୍ଲା ରୁ ଉପସଭାପତି ଶ୍ରୀକାନ୍ତ ବିଶ୍ୱାଳ, କନ୍ଧମାଳ ଜିଲ୍ଲା ରୁ ଉପସଭାପତି ଶ୍ରୀମତୀ ବନ୍ଦନା କହଁର ଙ୍କୁ ନିଯୁକ୍ତି କରାଯାଇଛି । ବନବାସୀ ସେବା ସମିତି ର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ବିଶ୍ୱଜିତ ଜେନା, ଖଗେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶେଷରେ ସଂସଦ ର ସଭାପତି ତପନ କୁମାର ଦିଗାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles