ନମସ୍କାର ଦୁର୍ଗୀର ମାଷ୍ଟର ମାଇଣ୍ଡ ଗିରଫ, ସୋସିଆଲ ମିଡ଼ିଆରେ ନେତାଙ୍କ ସହ ଟକ୍କର ମହଙ୍ଗା ପଡିଲା

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୩୧/୦୮): ସୋସିଆଲ ମିଡିଆରେ ନକଲି ଆଇଡି ଖୋଲି ବହୁ ନେତା ବ୍ୟାପାରୀ ସରକାରୀ କର୍ମଚାରୀ ତଥା ବିଭିନ ପତ୍ର ପତ୍ରିକା ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ପର୍କରେ ଅତି କଟୁ ମନ୍ତବ୍ୟ ମାନ ପ୍ରକାଶ କରି ଚାଲୁଥିବା ଯୁବକ ମାନସ ମହାନ୍ତିକୁ ବିଷମକଟକ ପୋଲିସ ଦୁର୍ଗୀ ଗ୍ରାମଠାରୁ ଗିରଫ କରିଛି |

ଦୀର୍ଘ ୫ବର୍ଷ ପୂର୍ବେ ମାନସ ଫେସବୁକରେ ନମସ୍କାର ଦୁର୍ଗୀ ନାମରେ ଏକ ପ୍ରୋଫାଇଲ ଖୋଲି ନିଜର ପରିଚୟକୁ ଗୋପନ ରଖି ମାନସ ଏହି ପ୍ରୋଫାଇଲକୁ ବ୍ୟବହାର କରି ମୁମ୍ବାଇରୁ ପରିଚାଳନା କରୁଥିବା ବେଳେ ଏହି ଜ଼ିଲ୍ଲାର ଗୁଣୁପୁର ବିଷମକଟକ ମୁନିଗୁଡା ଗୁଡାରି ପଦ୍ମପୁରର କିଛି ସହଯୋଗୀଙ୍କ ଜରିଆରେ ନିଜର ଟାର୍ଗେଟରେ ଥିବା ବ୍ୟକ୍ତିଙ୍କ ଫୋଟ ଓ କିଛି ସୂଚନା ସଂଗ୍ରହ କରି ଅତି ଦୟନୀୟ ଭାଷାରେ ଫଟୋ ସହିତ ଫେସବୁକରେ ପୋଷ୍ଟ କରୁଥିଲା | ଦୀର୍ଘ ପାଞ୍ଚ ବର୍ଷ ଧରି ଏହି କାର୍ଯ୍ୟ କରିଆସୁଥିଲା ମାନସ | ବିଭିନ୍ନ ସମୟରେ ନିଜର ଆକାଉଣ୍ଟର ନା କୁ ପରିବର୍ତ୍ତନ କରୁଥିଲା | ପ୍ରଥମେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଦେବୀପ୍ରସାଦ ପଟ୍ଟନାୟକ, ଏହାପରେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ରାୟଗଡା ଡି ଶିବ ପ୍ରସାଦ ଡେସିଟିଙ୍କ ନାମରେ ବିଭିନ କଟୁ ମନ୍ତବ୍ୟ ମାନ ଫଟୋ ସହିତ ପୋଷ୍ଟିଙ୍ଗ କରିଥିଲା | ସେଥିପାଇଁ ମାନସ ନା ରେ ବିଷମକଟକ ଥାନାରେ କେସ ନ ୭୫/୧୯, ୬୧/୧୯ ଓ ୮୪/୧୯ ମାମଲା ରୁଜୁ ହୋଇଥିଲା | ନମସ୍କାର ଦୁର୍ଗୀ ନା ରେ ଏହା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା | ତେଣୁକରି ନମସ୍କାର ଦୁର୍ଗୀକୁ ପରିଚାଳନା କରୁଥିବା ବ୍ୟକ୍ତିକୁ ଧରିବା ନିମନ୍ତେ ପୋଲିସ ଜାଲ ବିଛାଇ କ୍ରାଇମ ବ୍ରାଞ୍ଚର ସାହାଯ୍ୟରେ ମାନସକୁ ପୋଲିସ ଦୁର୍ଗୀ ଗ୍ରାମରେ ଚଢ଼ାଉ କରି ଗିରଫ କରିଛି | ଗିରଫ ପରେ ମାନସକୁ ପଚରା ଉଚରା କରି ୪୬୫/୪୬୯/୫୦୦/୫୦୧/୫୦୬/୩୪ ଓ ୬୭ ଆଇଟି ଧାରା ନିୟମ ଅନୁଯାଇ କୋର୍ଟ ଚାଲାଣ କରିଛି |

Comments are closed.