ରିପୋର୍ଟ : ଶିବ ବିଶୋଇ
ଲମତାପୁଟ, (୧୩/୯) : ଲମତାପୁଟରେ ଆସି ପହଞ୍ଚିଲା ଅହିଂସା ରଥ । ଅହିଂସା ରଥକୁ ଧୂମ ଧାମରେ ସ୍ଵାଗତ କରିବା ପାଇଁ ବ୍ଲକ ପ୍ରଶାସନ ସୁନ୍ଦର ସାଜଶଯ୍ୟା, ପାରମ୍ପରିକ ନାଚଗୀତ, କଳସ ଯାତ୍ରା, ଛାତ୍ର ଛାତ୍ରୀଙ୍କ ହାତରେ ସହ ସହ ତ୍ରିରଙ୍ଗା ଏବଂ ରଥ ସହ ୬୦ ମିଟର ଲମ୍ବ ର ତ୍ରିରଙ୍ଗା କୁ ନେଇ ମାଳୀସାହି ଠାରୁ ଲମତାପୁଟ ମୁଖ୍ୟ ବଜାର ଦେଇ ଫୁଟବଲ ପଡିଆ ପର୍ଯ୍ୟନ୍ତ ବିଶାଳ ଜନସମାବେଶରେ ରଥ ପରିକ୍ରମା କରିଥିଲା ।
ଏହି ଅହିଂସା ରଥକୁ ଧୂମ ଧାମରେ ପରିକ୍ରମା କରିବାର ମୁଖ୍ୟ ଲକ୍ଷ୍ୟ ୭୫ ତମ ସ୍ଵାଧୀନତା ଅବସରରେ ଅହିଂସା ମଣିଷ ର ସବୁଠୁ ବଡ ଶକ୍ତି । ମଣିଷ ନିଜର ବୁଦ୍ଧିମତା ବଳରେ ବିକାଶ କରିଥିବା ସବୁଠାରୁ ଶକ୍ତିଶାଳୀ ବିଧ୍ଵଂସୀ ମାରଣାସ୍ତ୍ର ଅପେକ୍ଷା ଆହୁରି ବେଶୀ ଶକ୍ତିଶାଳୀ । ଏହିଭଳି ବାର୍ତ୍ତା ନେଇ ସାରା ରାଜ୍ୟରେ ବୁଲିଛି ଅହିଂସା । ମୁଖ୍ୟ ବଜାରରେ ରଥରେ ଲାଗିଥିବା ଏଲିଡି ଟିଭି ମାଧ୍ୟମରେ ଆଜାଦୀ ର ଅମୃତ କାହାଣୀ ପରଦା ମାଧ୍ୟମରେ ଲୋକଙ୍କୁ ଦେଖାଇଛନ୍ତି । ଅନ୍ୟପକ୍ଷରେ ଲମତାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥି ସୁରକ୍ଷା ପାଇଁ ମାଛକୁଣ୍ଡ ପୋଲିସ କଡାକଡି ଭାବରେ ମୁତୟନ ହୋଇଥିବା ବେଳେ ବ୍ଲକ ପ୍ରଶାସନିକ ଅଧିକାରୀ ସ୍ଥାନୀୟ ନେତା ବିଭିନ୍ନ ରାଜନୈତିକ ଦଳ ଏଥିରେ ସାମିଲ ହୋଇଥିଲେ । ବିଡିଓ କର୍ଣ୍ଣଦେବ ସମାଦାର, ତହସିଲଦାର ମାନସ ରଞ୍ଜନ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ତାପସ ଚାଲାଣ, ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କ୍ରୀସାନୀ ଏବଂ ସବୁ ପଞ୍ଚୟତ ରୁ ଆସିଥିବା ସରପଞ୍ଚ, ସମିତି ଏବଂ ଅଙ୍ଗନବାଡି କର୍ମୀ ମାନେ ରହି ଉତ୍ସାହିତ କରିଥିଲେ ।