ଅହିଂସା ରଥକୁ ଧୂମ ଧାମରେ ସ୍ଵାଗତ ସମ୍ବର୍ଦ୍ଧନା

0
122
ଅହିଂସା ରଥକୁ

ରିପୋର୍ଟ : ଶିବ ବିଶୋଇ
ଲମତାପୁଟ, (୧୩/୯) : ଲମତାପୁଟରେ ଆସି ପହଞ୍ଚିଲା ଅହିଂସା ରଥ । ଅହିଂସା ରଥକୁ ଧୂମ ଧାମରେ ସ୍ଵାଗତ କରିବା ପାଇଁ ବ୍ଲକ ପ୍ରଶାସନ ସୁନ୍ଦର ସାଜଶଯ୍ୟା, ପାରମ୍ପରିକ ନାଚଗୀତ, କଳସ ଯାତ୍ରା, ଛାତ୍ର ଛାତ୍ରୀଙ୍କ ହାତରେ ସହ ସହ ତ୍ରିରଙ୍ଗା ଏବଂ ରଥ ସହ ୬୦ ମିଟର ଲମ୍ବ ର ତ୍ରିରଙ୍ଗା କୁ ନେଇ ମାଳୀସାହି ଠାରୁ ଲମତାପୁଟ ମୁଖ୍ୟ ବଜାର ଦେଇ ଫୁଟବଲ ପଡିଆ ପର୍ଯ୍ୟନ୍ତ ବିଶାଳ ଜନସମାବେଶରେ ରଥ ପରିକ୍ରମା କରିଥିଲା ।WhatsApp Image 2022 09 13 at 9.10.36 PM ଅହିଂସା ରଥକୁ ଧୂମ ଧାମରେ ସ୍ଵାଗତ ସମ୍ବର୍ଦ୍ଧନା

ଏହି ଅହିଂସା ରଥକୁ ଧୂମ ଧାମରେ ପରିକ୍ରମା କରିବାର ମୁଖ୍ୟ ଲକ୍ଷ୍ୟ ୭୫ ତମ ସ୍ଵାଧୀନତା ଅବସରରେ ଅହିଂସା ମଣିଷ ର ସବୁଠୁ ବଡ ଶକ୍ତି । ମଣିଷ ନିଜର ବୁଦ୍ଧିମତା ବଳରେ ବିକାଶ କରିଥିବା ସବୁଠାରୁ ଶକ୍ତିଶାଳୀ ବିଧ୍ଵଂସୀ ମାରଣାସ୍ତ୍ର ଅପେକ୍ଷା ଆହୁରି ବେଶୀ ଶକ୍ତିଶାଳୀ । ଏହିଭଳି ବାର୍ତ୍ତା ନେଇ ସାରା ରାଜ୍ୟରେ ବୁଲିଛି ଅହିଂସା । ମୁଖ୍ୟ ବଜାରରେ ରଥରେ ଲାଗିଥିବା ଏଲିଡି ଟିଭି ମାଧ୍ୟମରେ ଆଜାଦୀ ର ଅମୃତ କାହାଣୀ ପରଦା ମାଧ୍ୟମରେ ଲୋକଙ୍କୁ ଦେଖାଇଛନ୍ତି । ଅନ୍ୟପକ୍ଷରେ ଲମତାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥି ସୁରକ୍ଷା ପାଇଁ ମାଛକୁଣ୍ଡ ପୋଲିସ କଡାକଡି ଭାବରେ ମୁତୟନ ହୋଇଥିବା ବେଳେ ବ୍ଲକ ପ୍ରଶାସନିକ ଅଧିକାରୀ ସ୍ଥାନୀୟ ନେତା ବିଭିନ୍ନ ରାଜନୈତିକ ଦଳ ଏଥିରେ ସାମିଲ ହୋଇଥିଲେ । ବିଡିଓ କର୍ଣ୍ଣଦେବ ସମାଦାର, ତହସିଲଦାର ମାନସ ରଞ୍ଜନ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ତାପସ ଚାଲାଣ, ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କ୍ରୀସାନୀ ଏବଂ ସବୁ ପଞ୍ଚୟତ ରୁ ଆସିଥିବା ସରପଞ୍ଚ, ସମିତି ଏବଂ ଅଙ୍ଗନବାଡି କର୍ମୀ ମାନେ ରହି ଉତ୍ସାହିତ କରିଥିଲେ ।