ଡିଗ୍ରୀ କଲେଜ ରେ ରକ୍ତଦାନ ଶିବିର

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(ତା ୩୦/୦୮/୧୯): ଲମତାପୁଟ ଡିଗ୍ରୀ କଲେଜରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଲମତାପୁଟ ବ୍ଲକ ସଦର ମହକୁମାରେ ଥିବା ଡ଼ିଗ୍ରୀ ମହାବିଦ୍ୟାଳୟରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ଏଥିରେ୮୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ରକ୍ତ ଦାନ ମହା ପୁଣ୍ୟ ଏ କଥାକୁ ଭଲ ଭାବରେ ବୁଝିଛନ୍ତି ଅଞ୍ଚଳର ଯୁବକ ଯୁବତୀ । ରକ୍ତ ଅଭାବ ରୁ ବହୁ ରୋଗୀର ମୃତ୍ୟୁ ଘଟୁଥିବା ବେଳେ ଏଭଳି ମହତ ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି । କଲେଜ ଅଧ୍ୟକ୍ଷ ଶ୍ରୀ ପ୍ରବୀଣ କୁମାର ବିଶାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଛାତ୍ରଛାତ୍ରୀଙ୍କ ସମତେ ଅଧ୍ୟାପକ ବିଏସଫ ଯବାନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମଚାରୀ ସ୍ଥାନୀୟ ଯୁବକ ଯୁବତୀଙ୍କ ସମେତ ସମସ୍ତ ରାଜନୈତିକ ଦଳର ନେତା ମାନେ ଯୋଗ ଦେଇ ରକ୍ତ ଦାନ କରିଥିଲେ । ଏହା କାର୍ଯ୍ୟକ୍ରମରେ ଅଧ୍ୟାପକ ମଧୁସୁଧନ ଖିଲ, ଅନାମ ଖିଲ, ସାଗରିକା ପାତ୍ର, ସୁବି ଅଞ୍ଜନ ସୁନା, ପିଇଟି ଅସିତ କୁମାର ଗିରି,ୟୁଡିସି ଦୀପକ ଟାକ୍ରି ,ଏଲଡିସି ଲିପ୍ସା ପଲକା ବିଏସଫ କମାଣ୍ଡାଣ୍ଟ ଓ ଯବାନ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ ।

Comments are closed.