Related Contents

ବାଇକ ଓ ଭେନ ଦୁର୍ଘଟଣାରେ ଯୁବକର ମୃତ୍ୟୁ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୩୦/୦୮/୧୯): ବାଇକ ଓ ଭେନ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଲମତାପୁଟ ବ୍ଲକ ମାଛକୁଣ୍ଡ ଥାନା ଅଧୀନ ମାଛକୁଣ୍ଡ ଡି ଡେମ ନିକଟରେ ସନ୍ଧ୍ୟା ସମୟରେ ନିଜ ଗାଁ କୁ ଫେରୁଥିବା ସମୟରେ ଏକ ବିପରୀତ ଦିଗରୁ ଆସୁଥିବା ଭେନ ସହ ମୁହାଁମୁହିଁ ଧକ୍କା ହଇଥିଲା |

ଫଳରେ ବାଇକର ପଛରେ ବସିଥିବା ସୁବାଷ ଶୁକ୍ରୀ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଅର୍ଜୁନ ପ୍ରଧାନି ଗୁରୁତର ଆହତ ହୋଇଛନ୍ତି | ଘଟଣା କ୍ରମେ ବୈପାରିଗୁଡା ରାମଗିରି ପଂଚାୟତ ନୂଆଗୁଡା ଗ୍ରାମର ସୁବାସ ଶୁକ୍ରୀ ନିଜ ମାମୁଁ ଘର ବାଇରପଡାକୁ ବୁଲି ଆସି ଅର୍ଜୁନ ପ୍ରଧାନୀଙ୍କ ସହ ନିଜ ଗ୍ରାମକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ମୃତ୍ୟୁ ହଇଥିବା ଯୁବକ ଜଣକର ମୃତଦେହ ବହୁ ସମୟ ଘଟଣା ସ୍ଥଳରେ ପଡି ରହିଥିବାରୁ କିଛି ସମୟ ଉତେଜନା ଦେଖା ଦେଇଥିଲା | ପରେ ଘଟଣା ସ୍ଥଳରେ ମାଛକୁଣ୍ଡ ପୋଲିସ ପହଞ୍ଚି ସବ ଓ ଗାଡି ଗୁଡିକକୁ ଜବତ କରିଥିଲେ ।

Comments are closed.