Friday, March 29, 2024

Top 5 This Week

Related Posts

ଜୁଡୋ କରାଟେ ସ୍କୁଲ ର ଶିକ୍ଷାର୍ଥୀ ମାର୍ସଲ ଆର୍ଟ୍ସ ବେଲ୍ଟ ଗ୍ରେଡିଂ ଟେଷ୍ଟରେ କୃତକାର୍ଯ୍ୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୩/୯) : ସୁବର୍ଣ୍ଣପୁର ଜିଲ୍ଲା ର ଆର୍ଟ୍ସ ଟେମ୍ପୁଲ ଜୁଡୋ କରାଟେ ସ୍କୁଲ ର ୮ ଜଣ ଛାତ୍ର ବୌଦ୍ଧ ର ରାମଲୀଳା ପଡିଆ ଠାରେ ଆୟୋଜିତ ହୋଇଥିବା ଆନ୍ତଃଜିଲ୍ଲା ମାର୍ସଲ ଆର୍ଟ୍ସ ବେଲ୍ଟ ଗ୍ରେଡିଂ ପ୍ରତିଯୋଗୀତାରେ ଭାଗନେଇ କୃତିତ୍ୱ ର ସହ ବିଭିନ୍ନ ବେଲ୍ଟ ହାସଲ କରିବାରେ ସମର୍ଥ ହୋଇଛନ୍ତି ।

ସୁବର୍ଣ୍ଣପୁର ଆର୍ଟ୍ସ ଟେମ୍ପୁଲ ଜୁଡୋ କରାଟେ ସ୍କୁଲ ର କୋଚ୍ (ଥାର୍ଡ଼ ଡାଉନ ବ୍ଲାକ୍ ବେଲ୍ଟ) ସୁରଜ ପୂଜାହାରୀ ଙ୍କ ନେତୃତ୍ୱରେ ସମସ୍ତ ପ୍ରତିଯୋଗୀ ଏହି ବେଲ୍ଟ ଟେଷ୍ଟ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଭିନ୍ନ ବେଲ୍ଟ ହାସଲ କରିଥିଲେ । ସର୍ବଶ୍ରୀ ରାଜାସାହୁ, ଅମୃତ୍ୟାଂଶୁ ୟେଲୋ ବେଲ୍ଟ ଓ ସଙ୍ଗମ ମେହେର ଓ ବୃନ୍ଦାବନ ଭୋଇ ବ୍ଲୁ (ସିନିଅର) ବେଲ୍ଟ ପାଇଛନ୍ତି । ରଘୁନାଥ ହୋତା ପର୍ପଲ୍ ଓ ମିଲନ କୁମାର ଦାସ ଗ୍ରୀନ୍ ବେଲ୍ଟ ପାଇବାରେ ସକ୍ଷମ ହୋଇଥିବା ବେଳେ ସଞ୍ଜୟ ତାଣ୍ଡିଆ ଓ ନିମାଇଁ ମହାକୁଡ଼ ବ୍ରାଉନ୍ ବେଲ୍ଟ ପାଇଛନ୍ତି ।

ଏହି ବେଲ୍ଟ ଟେଷ୍ଟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ କାନସିନ୍ କାଇ କରାଟେ ଚିଫ୍ ଜ୍ଞାନ ରଞ୍ଜନ ମହାନ୍ତି କୃତି ପ୍ରତିଯୋଗୀ ମାନଙ୍କୁ ବେଲ୍ଟ ପ୍ରଦାନ କରିଥିଲେ । ଜିଲ୍ଲା ର ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ଆର୍ଟ୍ସ ଟେମ୍ପୁଲ ଜୁଡୋ କରାଟେ ସ୍କୁଲ ର ସଭାପତି ସୁକାନ୍ତ କୁମାର ସାହୁ, ସ୍ମାର୍ଟପାର୍କ ର ପ୍ରାତଃ ଭ୍ରମଣ ସଂଘ କର୍ମକର୍ତ୍ତା ତଥା ଅଭିଭାବକ ସମୁହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Popular Articles