ବହୁ ପ୍ରତିକ୍ଷିତ ମଙ୍ଗଳ ବିଭାଗ କନ୍ୟାଶ୍ରମ ହାଇ ସ୍କୁଲର ଶୁଭ ଉଦଘାଟନ

ରିପୋର୍ଟ:ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୩୦/୦୮): ରାୟଗଡା ଜ଼ିଲ୍ଲାର ମାଓବାଦୀଙ୍କ ଗଡ଼ କୁହା ଯାଉଥିବା ଚାନ୍ଦପୁର ବ୍ଲକର ହନୁମନ୍ତପୁର ଗ୍ରାମ ପଂଚାୟତର ରାଇବିଜି ଛକ ଠାରେ ମଙ୍ଗଳ ବିଭାଗ ଦ୍ୱାରା ନିର୍ମିତ ବାଳିକା ହାଇସ୍କୁଲକୁ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଜନଜାତି ଓ ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ ମନ୍ତ୍ରୀଶ୍ରୀ ଜଗନ୍ନାଥ ସାରକା ଓ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗଙ୍କ କରକମଳରେ ଉଦଘାଟିତ ହୋଇଯାଇଛି |

ପ୍ରକାଶ ଥାଉ କି ଆଦିବାସୀ ଛାତ୍ର ଛତ୍ରୀଙ୍କ ଉନ୍ନତି ପାଇଁ ସରକାର ଚନ୍ଦ୍ରପୁର ବ୍ଲକର ରାଇବିଜି ଠାରେ ଏକ ବାଳିକା ହାଇ ସ୍କୁଲ ନିର୍ମାଣ ପାଇଁ ଯୋଜନା କରିଥିଲେ | ପରେ ପରେ ଗୁଣୁପୁର ଆଇଟିଡିଏ ଅଧୀନରେ ଏହି ସ୍କୁଲ କାର୍ଯ୍ୟ ଗତ ୨୦୧୩ ମସିହାରେ ଆରମ୍ଭ ହୋଇଥିଲା କିନ୍ତୁ କୌଣସି କାରଣ ବଶତଃ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଥିଲା | ଏଥିପ୍ରତି କୌଣସି ଅଧିକରୀ କିମ୍ବା ରାଜନେତା ଦୃଷ୍ଟି ଦେଉନଥିଲେ କିନ୍ତୁ ଗୁଣୁପୁର ଆଦିବାସୀ ଉନୟନ ପ୍ରକଳ୍ପ ପ୍ରସାଶକ ଭାବେ ଶ୍ରୀ ଗୋରାଚାନ୍ଦ ଗମାଙ୍ଗ ଯୋଗ ଦେବା ପରେ ଏହି ସ୍କୁଲରେ ନିର୍ମାଣ କାର୍ଯ୍ୟ କିପରି ଯଥା ଶୀଘ୍ର ହେବ ସେଥିପାଇଁ କିଛି ଲୋକ ଗଗନ ଆଚାର୍ଯ୍ୟ ପ୍ରମୋଦ ସାହୁକାର ଗୋଦାବରୀ ରାଉତ ଆଲୋଚନା କରିଥିଲେ | ସେହିଦିନରୁ ଗୋରାଚାନ୍ଦ ଗମାଙ୍ଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା | କିନ୍ତୁ ଛାତ୍ରୀ ମାନେ ଏହି ଠାରୁ କିଛି ଦୂରରେ ଥିବା ନେହେରୁପଙ୍ଗା ଆଶ୍ରମ ସ୍କୁଲରେ ନାମ ଲେଖି ପାଠ ପଢ଼ା ଗତ ଦୁଇ ବର୍ଷ ତଳେ ଆରମ୍ଭ କରିଥିଲେ | ବର୍ତମାନ ୬ ଓ ୭ କ୍ଲାସ ରେ ସର୍ବମୋଟ ୧୦୯ଜଣ ଛାତ୍ରୀ ପଢୁଛନ୍ତି | ବହୁ ବାଧା ବିଘ୍ନ ପରେ ଆଜି ଏହି ସ୍କୁଲର ନିର୍ମାଣ କାର୍ଯ୍ୟ ସହିତ ଛତ୍ରୀ ମାନଙ୍କ ନିମନ୍ତେ ହଷ୍ଟେଲ ମଧ୍ୟ୍ୟ ନିର୍ମାଣ ସରିଛି |

ଆନୁସଙ୍ଗିକ ବ୍ୟବସ୍ଥା ସହ ଶିକ୍ଷକ ନିଯୁକ୍ତି ପରେ ପରେ ଛତ୍ରୀ ମାନଂକୁ ଖୁଵ ଶୀଘ୍ର ନେହେରୁପଙ୍ଗାରୁ ରାଇବିଜି ସ୍ଥାନାନ୍ତର କରାଯିବ ବୋଲି ମନ୍ତ୍ରୀ କହିଥିଲେ | ଏହି ମାଓବାଦୀଙ୍କ ଗଡ଼ ଅଂଚଳରେ ଗୋରାଚାନ୍ଦ ଗମାଙ୍ଗଙ୍କ ଚେଷ୍ଟା ଫଳରେ ଆଜି ଏହି ସ୍କୁଲରେ ନିର୍ମାଣ ଶେଷ ହୋଇ ପାରିଥିବାରୁ ମନ୍ତ୍ରୀ ଓ ବିଧାୟକ ଶ୍ରୀ ଗମାଙ୍ଗଙ୍କୁ ବହୁତ ପ୍ରଶଂସା କରିଥିଲେ | ଏହି ଅଂଚଳ ମାଓବାଦୀଙ୍କ ଥିବାରୁ ଛାତ୍ରୀମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ | ଏହି ସ୍କୁଲ ଉଦଘାଟନ ପରେ ଅଂଚଳରେ ଆନନ୍ଦର ଲହରୀ ଦେଖିବାକୁ ମିଳିଥିଲା | ଏହି ଉଦଘାଟନ ଉତ୍ସବ ରେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ ଅତିରିକ୍ତ ମଙ୍ଗଳ ଅଧିକାରୀ ବିଦ୍ୟଭୂଷଣ ମହାନ୍ତି ଚନ୍ଦ୍ରପୁର ବ୍ଲକମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଡ଼ିଓ ଗୁଣୁପୁର ପିଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ପରାମର୍ଶଦାତା ଶ୍ରୀ ସୁଧୀର ଦାସ ବିଜେଡିର ମାନ୍ୟଗଣ ନେତା ଗଗନ ଆଚାର୍ଯ୍ୟ ଧୀରେନ୍ଦ୍ର ପାଣିଗ୍ରାହୀ ଜଗନ୍ନାଥ ନୁଁତୃକା ଜ୍ୟୋତିରଞ୍ଜନ ସାହୁ ଗୌର ହରି ସାହୁ ପ୍ରମୋଦ ସାହୁକାର ଉପସ୍ଥିତ ଥିଲେ | ସୁରକ୍ଷା ଦୃଷ୍ଟିରୁ ସିଆରପିଏଫ ଯବାନ ମୁତୟନ ହୋଇଥିଲେ | ଚନ୍ଦ୍ରପୁର ଥାନା ଅଧିକାରୀ ଶ୍ରୀ ଅରୁଣ ନାୟକଙ୍କ ତତ୍ୱାବଧାନରେ ସୁରକ୍ଷା କର୍ମୀ ମୁତୟନ ହୋଇ ତୀକ୍ଷଣ ନଜର ରଖିଥିଲେ |

Comments are closed.